Posted inଜାତୀୟ

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପର୍ଯ୍ୟନ୍ତ ଗୈରିକ ଦଳର ନେତାମାନେ ପ୍ରଚାର ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇଯିବା ସହ ଧ୍ରୁବୀକରଣର ସହଜ ଅସ୍ତ୍ର ଭାବେ ‘ରାମ ନାମ’ ଉଚ୍ଚାରଣ କରୁଛନ୍ତି। ତେବେ ବେରୋଜଗାରି, ଦରଦାମ ବୃଦ୍ଧି, କୃଷକ ସମସ୍ୟା ଭଳି ବିଫଳତାରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ଶାସକ ଦଳ ଏଭଳି ପନ୍ଥା ଆପଣାଇଛି, ଯାହାକି ଏହାକୁ ବୁମେରାଂ ହେବ ବୋଲି କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି।
କର୍ନାଟକର ଉତ୍ତର କନ୍ନଡ଼ ଜିଲା ସିର୍‌ସିରେ ରବିବାର ଏକ ଦଳୀୟ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେମାନଙ୍କୁ ଏଥର ଲୋକ ସଭା ନିର୍ବାଚନରେ ଦେଶବାସୀ ପ୍ରତ୍ୟାଖ୍ୟାନ କରିବେ। ଦେଶ ସ୍ବାଧୀନ ହେବାର ପରଦିନ ହିଁ ରାମମନ୍ଦିର ନିର୍ମାଣ ଉପରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ ଥିଲା। ଏହି ପ୍ରସଙ୍ଗରେ ବିରୋଧୀ ଦଳକୁ ଟାର୍ଗେଟ କରିବାକୁ ଯାଇ ମୋଦି ଆହୁରି କହିଛନ୍ତି, କଂଗ୍ରେସ ଓ ଏହାର କୋଟେରି ରାମମନ୍ଦିର ନିର୍ମାଣ କରାଇ ନ ଦେବାକୁ ଦୀର୍ଘ ୭୦ ବର୍ଷ ଧରି ଉଦ୍ୟମ ଚଳାଇଥିଲେ। ସେମାନେ  ବିଚାରର ଶେଷ ଦିନରେ ମଧ୍ୟ କୋର୍ଟକୁ ଧାଇଁଥିଲେ। ରାମମନ୍ଦିର ଟ୍ରଷ୍ଟିମାନେ ସବୁ ମତଭେଦକୁ ଭୁଲି କଂଗ୍ରେସକୁ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଡାକିଥିଲେ। କିନ୍ତୁ କଂଗ୍ରେସ ନେତାମାନେ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଭୋଟରମାନେ ଏହି ଦଳକୁ ପ୍ରତ୍ୟାଖ୍ୟାନ କରିବେ।
  ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୟୁପିର କାସ୍‌ଗଞ୍ଜରେ ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରବେଳେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଓ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ରାମମନ୍ଦିର ପ୍ରସଙ୍ଗକୁ ଝୁଲାଇ ରଖିଥିଲା। ଯେଉଁମାନେ କରସେବକଙ୍କୁ ଗୁଳି କରିଥିଲେ ଏବଂ ଯେଉଁମାନେ ରାମମନ୍ଦିର ପ୍ରତିଷ୍ଠା କରିଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ଭୋଟ ଦେବେ ମତଦାତା ବିଚାର କରନ୍ତୁ। ଆପଣମାନେ ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ କଲେ। ସେ ଗତ ଜାନୁୟାରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କରି ‘ଜୟ ଶ୍ରୀରାମ’ କରିଛନ୍ତି। ତେଣୁ ଆଉ ଥରେ ସୁଯୋଗ ଦିଅନ୍ତୁ ବୋଲି ଶାହା ଅନୁରୋଧ କରିଛନ୍ତି। ଯୋଗୀ କହିଛନ୍ତି, ଆମେ ରାମମନ୍ଦିର ନିର୍ମାଣ କଲୁ। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଲୋକଙ୍କୁ ଗୋମାଂସ ଖାଇବା ଅଧିକାର ଦେବାକୁ ଚାହୁଁଛନ୍ତି।
  ରାମମନ୍ଦିର ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କରିଆସୁଥିବା କଂଗ୍ରେସ ମଧ୍ୟ ବର୍ତ୍ତମାନ ନରମ ହିନ୍ଦୁତ୍ୱ ଆଡ଼କୁ ମୁହଁାଇଲାଣି। ନେହେରୁ-ଗାନ୍ଧୀ ପରିବାରର ଦୁଇ ପାରମ୍ପରିକ ଆସନ ଅମେଠି ଓ ରାଏବରେଲିରେ ରାହୁଲ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏଭଳି ସମୟରେ ରାହୁଲ ଅଯୋଧ୍ୟା ଗସ୍ତକରି ରାମଲାଲାଙ୍କ ଦର୍ଶନ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ଏହା ଦେଖି ଭାଜପା ନେତ୍ରୀ ମୀନାକ୍ଷୀ ଲେକ୍ଷୀ କହିଛନ୍ତି, ରାହୁଲ, ତାଙ୍କ ମା’ ସୋନିଆ  ଓ ଭଉଣୀ ପ୍ରିୟଙ୍କା ହେଉଛନ୍ତି ‘ନିର୍ବାଚନୀ ହିନ୍ଦୁ’। ଏମାନେ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଥିଲେ। ନିର୍ବାଚନ ବେଳେ ଭୋଟର ଏମାନଙ୍କୁ ଉଚିତ ଜବାବ ଦେବେ।

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri