ରାଧାକୃଷ୍ଣଙ୍କୁ ଲାଗିହେଲା ୮୫୧ ବ୍ୟଞ୍ଜନ

ପୁରୀ,୨୩ା୧୨(ଅଜିତ୍‌ ମହାନ୍ତି):ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ବୈଷ୍ଣବ ସମ୍ପ୍ରଦାୟରେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ଏହି ପରିପେକ୍ଷୀରେ ରବିବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ) ପରିସରରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ପାଳିତ ହୋଇଯାଇଛି। ଏହି ପବିତ୍ର ତିଥିରେ ଶ୍ରୀରାଧାକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କ ନିକଟରେ ୮୫୧ରୁ ଊର୍ଦ୍ଧ୍ୱ ପ୍ରକାରର ବ୍ୟଞ୍ଜନ ନୈବେଦ୍ୟ ଅର୍ପଣ କରାଯାଇଥିଲା। ମଠର ମହନ୍ତ ସୁବଳ ଚରଣ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ। ଭୋରରୁ ସମସ୍ତ ଦେବନୀତି ସମାପ୍ତ ପରେ ମଧ୍ୟାହ୍ନରେ ଶ୍ରୀକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।

Share