ଅଡୁଆରେ ‘ବାୟଜୁସ୍’, ଏବେ କମ୍ପାନୀର ହାତ ଛାଡିଲେ ସବୁଠୁ ବଡ ନିବେଶକ

ନୂଆଦିଲ୍ଲୀ, ୨୬। ୭: ଦେଶରେ ଆଡଟେକ୍ ଇଣ୍ଡଷ୍ଟ୍ରିରେ ବଡ ପରିବର୍ତ୍ତନ ଆଣିଥିବା କମ୍ପାନୀ ‘ବାୟଜୁସ୍’ର ଅଡୁଆ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସହଯୋଗୀ କମ୍ପାନୀର ହାତ ଛାଡୁଛନ୍ତି। ଏହି କ୍ରମରେ ଏବେ ବାୟଜୁ ରବିନ୍ଦ୍ରନ ନେତୃତ୍ବାଧୀନ ଏହି କମ୍ପାନୀର ସବୁଠାରୁ ବଡ ନିବେଶକ ପ୍ରୋସସ୍ କମ୍ପାନୀରୁ ବାହାର ହୋଇଛନ୍ତି।

ପ୍ରୋସସ୍ ଙ୍କ ପକ୍ଷରୁ ଜାରି ବୟାନ ରେ କୁହାଯାଇଛି ଯେ କମ୍ପାନୀର ନେତୃତ୍ବ ବର୍ଗ ସର୍ବଦା ପରାମର୍ଶ ଲୋଡି ଥାନ୍ତି। ହେଲେ ରଣନୀତି, ପରିଚାଳନା, ଆଇନଗତ ଏବଂ କର୍ପୋରେଟ୍ ମାମଲାରେ ତାଙ୍କ ପରାମର୍ଶ ତଥା ସୁପାରିଶକୁ ଅଣଦେଖା କରାଗଲା।

Share