ଭିଜିଲାନ୍ସ ଜାଲରେ ବୈପାରିଗୁଡା ଆଇଆଇସି

ବୈପାରିଗୁଡା,୨୭ା୧୧(କଳ୍ପତରୁ ମହାନ୍ତି): କୋରାପୁଟ ଜିଲା ବୈପାରିଗୁଡା ଆଇଆଇସି ସୁଶାନ୍ତ ଶତପଥୀ ସୋମବାର ବସ୍‌ ଯୋଗେ କେନ୍ଦ୍ରାପଡା ଜିଲା ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ତାଙ୍କୁ ଜୟପୁର ଭିଜିଲାନ୍ସ ଧରିଛି। ସେ ୨ ଲକ୍ଷ ଟଙ୍କା ଧରି ଯାଉଥିଲେ। ଏନେଇ ବିଶେଷ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ କର୍ମଚାରୀମାନେ ଜୟପୁର ଟାଙ୍କୁଆ ନିକଟରେ ବସ୍‌ରେ ଚଢାଉ କରି ଟଙ୍କା ଜବତ କରିଛନ୍ତି। ଏଥିସହ ଆଇଆଇସିଙ୍କୁ ବସ୍‌ରୁ ଓହ୍ଲାଇ ଭିଜିଲାନ୍ସ କର୍ମଚାରୀ ପଚରାଉଚରା କରୁଛନ୍ତି। ତେବେ ଏତେ ଟଙ୍କା ସେ କେଉଁଠୁ ଆଣି ଏହା ଧରି ଘରକୁ ଯାଉଥିଲେ ସେ ନେଇ ତଦନ୍ତ ଜାରି ରହିଛି।