Categories: ଜାତୀୟ

କଂଗ୍ରେସକୁ ପ୍ରଥମ ସଫଳତା

ନୂଆଦିଲ୍ଲୀ,୨ ।୧୧: ଦେଶରେ ୩ ଲୋକ ସଭା ଓ ୨୯ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଧୀରେ ଧୀରେ ଆସିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନରେ କଂଗ୍ରେସକୁ ପ୍ରଥମ ସଫଳତା ମିଳିଛି । ଏଠାରେ ୨ଟି ଆସନରେ ହୋଇଥିବା ବିଧାନସଭା ନିର୍ବାଚନରେ ଗୋଟିକରେ କଂଗ୍ରେସ ବିଜୟୀ ହୋଇଥିବା ଜଣାପଡିଛି । ଧାରିୟାୱାଡ ଆସନରୁ କଂଗ୍ରେସର ନାଗରାଜ ମିଣା ବିଜୟୀ ହୋଇଥିବା ଜଣାପଡିଛି । ସେ ପାଖାପାଖି ୨୧ ହଜାର ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ବଲ୍ଲଭ ନଗର ଆସନରେ ବି କଂଗ୍ରେସ ଆଗୁଆ ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଧାରିୟାୱାଡା ଆସନ ପୂର୍ବରୁ ଭାଜପା ହାତରେ ଥିଲା । ସେଠାକାର ବିଧାୟକ ଗୌତମ ମିଣାଙ୍କ ପରଲୋକ ପରେ ସେଠାରେ ଉପ ନିର୍ବାଚନ ହୋଇଥିଲା ।

Share