ନୂଆଦିଲ୍ଲୀ, ୩୧।୧୦: କେରଳ ଏବଂ ପଶ୍ଚିମବଙ୍ଗରୁ ରାଜ୍ୟ ସଭାରେ ଖାଲିପଡ଼ିଥିବା ଗୋଟିଏ ଲେଖାଏ ଆସନ ଲାଗି ନଭେମ୍ବର ୨୯ରେ ଭୋଟଗ୍ରହଣ ହେବ। ରବିବାର ନିର୍ବାଚନ କମିଶନ ଉପନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀରେ କେରଳ କଂଗ୍ରେସ (ଏମ୍) ନେତା ଜୋସ୍ କେ. ମଣି ଏବଂ ସେପ୍ଟେମ୍ବରରେ ତୃଣମୂଳ କଂଗ୍ରେସ ନେତ୍ରୀ ଅର୍ପିତା ଘୋଷଙ୍କ ଇସ୍ତଫା ଯୋଗୁ ଉକ୍ତ ଆସନ ଖାଲିପଡ଼ିଥିଲା। ଉପନିର୍ବାଚନ ଲାଗି ନଭେମ୍ବର ୯ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୯ ତାରିଖରେ ଭୋଟ ଗ୍ରହଣର ଘଣ୍ଟାଏ ପରେ ଗଣତି କରାଯାଇ ଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।