Categories: ଜାତୀୟ

ହିଣ୍ଡନ ଏୟାର ଫୋର୍ସ ଷ୍ଟେଶନରେ ପହଞ୍ଚିଲେ ୨୪ ଭାରତୀୟ

ନୂଆଦିଲ୍ଲୀ,୨୬ ।୮: ଆଫଗାନିସ୍ତାନ ତାଲିବାନ ହାତକୁ ଚାଲିଯିବା ପରେ ଏବେ ସେଠାରେ ଥିବା ଭାରତୀୟଙ୍କ ଘର ବାହୁଡା ଜାରି ରହିଛି । ଗୁରୁବାର ଆଫଗାନିସ୍ତାନରୁ ୨୪ ଭାରତୀୟ ଓ ୧୧ ନେପାଳ ନାଗରିକ ଭାରତ ପହଞ୍ଚିଛନ୍ତି । ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟରରେ ଏମାନେ ହିଣ୍ଡନ ଏୟାର ବେସରେ ପହଞ୍ଚିଛନ୍ତି । ସେଠାରୁ ସେମାନଙ୍କୁ ରାଜଧାନୀ ଦିଲ୍ଲୀ ନିଆଯାଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଥିଲା କି ବାୟୁସେନାର ସ୍ୱତନ୍ତ୍ର ବିମାନରେ କେବଳ ୩୫ ଲୋକ ଆସୁଛନ୍ତି ଏମାନଙ୍କ ମଧ୍ୟରେ ୨୪ ଭାରତୀୟ ହୋଇଥିବା ବେଳେ ଅନ୍ୟ ୧୧ ଜଣ ନେପାଳ ବାସିନ୍ଦା । ୧୫ ଅଗଷ୍ଟରୁ ତାଲିବା ଆଫଗାନିସ୍ତାନକୁ ନିଜ ହାତକୁ ନେବା ଫଳରେ ସେଠାରେ ସୁରକ୍ଷା ବ୍ୟବସ୍ଥା ବିଗିଡିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତର ‘ଅପରେଶନ ଦେବୀ ଶକ୍ତି’ ମାଧ୍ୟମରେ ପୂର୍ବରୁ ୮୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସେଠାରୁ ସ୍ୱଦେଶ ଫେରାଇ ଆଣିଛନ୍ତି ସରକାର ।

Share