Categories: ଜାତୀୟ

ଏଣିକି ଟ୍ରକ୍‌ କ୍ୟାବିନ୍‌ରେ ଲାଗିବ ଏସି

ନୂଆଦିଲ୍ଲୀ,୨୦।୬: ଦେଶର ଆର୍ଥିକ ବିକାଶରେ ପରିବହନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯେଉଁଥିରେ ଡ୍ରାଇଭରଙ୍କର ଭୂମିକା ନିତ୍ୟାନ୍ତ ଆବଶ୍ୟକ। ହେଲେ ସେମାନଙ୍କ କାମ କରିବା ପରିସ୍ଥିତି ଉପରେ କେହିବି ଧ୍ୟାନ ଦେଉନାହାନ୍ତି। ଏଣୁ ଟ୍ରକ ଡ୍ରାଇଭରମାନଙ୍କ କାମ କରିବା ପରିସ୍ଥିତିକୁ ସୁଧାରିବାକୁ ପଡିବ ବୋଲି କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର କହିଛନ୍ତି।‘ଦେଶ ଚାଳକ’ ନାମକ ଏକ ପୁସ୍ତକର ଉନ୍ମୋଚନ ସମାରୋହରେ ସେ ଏହା କହିଛନ୍ତି।

ସେ କହିଛନ୍ତ, ଟ୍ରକ କ୍ୟାବିନ୍‌ରେ ଏସି ଲାଗିବା ଆଗକୁ ବାଧ୍ୟତାମୂଳକ କରାଯିବ। ଭାରତର ବିକାଶରେ ଟ୍ରାନ୍ସପୋର୍ଟ ସେକ୍ଟରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଣୁ କ୍ଷେତ୍ର ପ୍ରତି ଧ୍ୟାନ ଦେବା ଏବେ ଜରୁରି ହୋଇପଡିଛି। ପରିବହନ କ୍ଷେତ୍ରରେ କ୍ୟାରିୟର କରିବାକୁ କେହି ଆଗ୍ରହୀ ହେଉ ନାହାନ୍ତି।

Share