Categories: ଜାତୀୟ

ଶାହା, ରାଜନାଥଙ୍କ କାର୍‌ର ନମ୍ବର ପ୍ଲେଟ୍‌ରେ ‘CAA’, ଫଟୋ ଭାଇରାଲ

ନୂଆଦିଲ୍ଲୀ,୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶରେ ପୁଣି ଥରେ ସିଏଏ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାଜପା ନିର୍ବାଚନ କମିଟି ବୈଠକରେ ପହଞ୍ଚିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍‌ର ନମ୍ବର ପ୍ଲେଟକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ଗୁରୁବାର ଭାଜପା ମୁଖ୍ୟାଳୟରେ ପହଞ୍ଚିଥିବା ଅମିତ ଶାହାଙ୍କ ‘DL1 CAA 4421’ ନମ୍ବର ଥିବା କାର୍‌ରେ ସିଏଏ ଶବ୍ଦ ହେତୁ ଲୋକମାନେ ଅନୁମାନ କରୁଛନ୍ତି ଯେ ଏହି ଆଇନ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସରକାର ସୂଚିତ କରିଛନ୍ତି। ଗୁରୁବାର ଶାହାଙ୍କ କାର୍‌ର ନମ୍ବର ପ୍ଲେଟରେ ସିଏଏ ଥିବା ଦେଖାଯାଇଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କାର୍‌ର ରେଜିଷ୍ଟ୍ରେଶନରେ ମଧ୍ୟ ସିଏଏ ଦେଖିବାକୁ ମିଳିଛି।

ସରକାର ପ୍ରାଥମିକତା ସ୍ବରୂପ ସିଏଏ ଲାଗୁ କରିବାକୁ ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି। ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ନିର୍ବାଚନ ପୂର୍ବରୁ ସିଏଏଲାଗୁ କରାଯାଇପାରେ ବୋଲି ଏହାଦ୍ୱାରା ଅନୁମାନ କରାଯାଉଛି। ଶାହଙ୍କ କାର୍‌ ନମ୍ବର ପ୍ଲେଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share