Categories: ଜାତୀୟ

କୋଭିଡ୍‌ ଟିକାକରଣ ପରେ ସିଏଏ ଲାଗୁ ହେବ: ଶାହା

ନୂଆଦିଲ୍ଲୀ,୩ା୮: ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଶେଷ ହେବା ପରେ ନାଗରିକତ୍ୱ (ସଂଶୋଧନ) ଆଇନ(ସିଏଏ) ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଉକ୍ତ ଆଇନ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ବେଆଇନ ଭାବେ ଆସି ଭାରତରେ ରହିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ୍‌ମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ। ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ପାର୍ଲାମେଣ୍ଟ ପରିସରରେ ଶାହାଙ୍କୁ ଭେଟିବା ବେଳେ ସେ ଉପରୋକ୍ତ ପ୍ରତିଶ୍ରୁତି ଦେଇଛନ୍ତି। ଶୁଭେନ୍ଦୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗରେ ଭାଜପାର ବିଭିନ୍ନ କାର୍ଯ୍ୟକ୍ରମ ଓ ସାଂଗଠନିକ ପ୍ରସଙ୍ଗରେ ଅବଗତ କରାଇଥିଲେ। ଗତ ଏପ୍ରିଲରୁ ଦେଶରେ କୋଭିଡ୍‌ ଟିକାର ପ୍ରିକଶନ ଡୋଜ୍‌ ଦିଆଯିବା ଆରମ୍ଭ ହୋଇଥିଲା। ୯ ମାସ ମଧ୍ୟରେ ଏହା ଶେଷ ହେବା ଆଶା କରାଯାଉଛି।

Share