ପାକିସ୍ତାନରେ ଲାଗୁ ହେବ CAA! ଭାରତୀୟ ମୁସଲମାନଙ୍କୁ ମିଳିବ ନାଗରିକତା

ଇସଲାମବାଦ,୧୩।୩: ନରେନ୍ଦ୍ର ମୋଦି ସରକାର ସୋମବାର ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ କରିଛନ୍ତି। ଏହି ନୂଆ ଆଇନ୍‌ ଅନୁଯାୟୀ, ୨୦୧୫ ପରଠାରୁ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଗାଦେଶରୁ ଦେଶ ଛାଡି ଆସିଥିବା ଲୋକ ଯେଉଁମାନେ ଆଜି ଯାଏଁ ଭାରତରେ ରହୁଛନ୍ତି ସେମାନଙ୍କୁ ନାଗରିକତା ମିଳିବ। ତେବେ ନିକଟରେ ପୁଣି ଏକ ବଡ ଖବର ଶୁଣିବାକୁ ମିଳିଛି ଯେ, ପାକିସ୍ତାନରେ ମଧ୍ୟ CAA ଲାଗୁ ହେବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ଘୋଷଣା କରିଛନ୍ତି। ଏହାଦ୍ୱାରା ସେଠାରେ ଥିବା ଭାରତୀୟ ମୁସଲମାନମାନେ ଉପକୃତ ହେବେ। ସେମାନଙ୍କୁ ସେଠାରେ ନାଗରିକତା ଦିଆଯିବ।

କହିରଖୁଛୁ କି, ସିଏଏ ଲାଗୁ ହେବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଘୂରି ବୁଲୁଛି। ପୋଷ୍ଟ ମୁତାବକ, ପ୍ରଧାନମନ୍ତ୍ରୀ ପାକିସ୍ତାନରେ ସିଏଏ ଘୋଷଣା କରିବାକୁ ଯାଉଛନ୍ତି। ଯାହାଦ୍ୱାରା ଭାରତ ଛାଡି ସେଠାରେ ରହୁଥିବା ଭାରତୀୟ ମୁସଲମାନ ଉପକୃତ ହେବେ। କହିରଖୁଛୁ କି, ଏହି ଭାଇରାଲ ପୋଷ୍ଟ ମିଛ ଅଟେ। ଶେହବାଜ ୨୦୨୩ ମାର୍ଚ୍ଚ ୧୦ରେ ସୋସିଆଲ ମିଡିଆରେ ଶେଷ ପୋଷ୍ଟ କରିଥିଲେ। ଭାଇରାଲ ପୋଷ୍ଟରେ ତାରିଖ କେବଳ ମାର୍ଚ୍ଚ ୧୧ର ଥିବା ଦେଖାଯାଇଛି।

Share