Categories: ଜାତୀୟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୩୦।୩: କେନ୍ଦ୍ର ସରକାରୀଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର ମିଳିଛି। ଏହି ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ) ଏବଂ ପେନସନଭୋଗୀଙ୍କ ପାଇଁ ଡିଆର୍‌ ୩ ପ୍ରତିଶତ ବୃଦ୍ଧି କରିବାକୁ ସରକାର ଅନୁମୋଦନ ଦେଇଛନ୍ତି। ଏହା ଜାନୁଆରୀ ୨ ତାରିଖରୁ କାର୍ଯ୍ୟକାରୀ ହେବ।
ଏହାପୂର୍ବରୁ ଅକ୍ଟୋବର ୨୦୨୧ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏକୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୃଦ୍ଧି ପରେ, ଡିଏ ୩୪ ପ୍ରତିଶତକୁ ବୃଦ୍ଧି ପାଇବ। ଏହି ବର୍ଦ୍ଧିତ ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ୯,୫୪୪.୫୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। ଏହାଦ୍ୱାରା ୪୭.୬୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୮.୬୨ ପେନସନ ଭୋଗୀ ଉପକୃତ ହେବେ।

 

 

Share