Categories: ଜାତୀୟ

ମିଶନ ଚନ୍ଦ୍ରୟାନ-୪କୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୯: କେନ୍ଦ୍ର କ୍ୟାବିନେଟ ବୁଧବାର ମହାକାଶ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୪ ମିଶନକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ମିଶନ ଅନୁଯାୟୀ, ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରାଇ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବ। ସେହିପରି ଏହି ମିଶନରେ ଚନ୍ଦ୍ରରୁ ଚଟାଣ ଓ ମାଟି ପରି ନମୁନା ସଂଗ୍ରହ କରି ଭାରତ ଅଣାଯିବ, ଯାହାକୁ ନେଇ
ଭାରତୀୟ ମହାକାଶ ଗବେଶଣା ସଂଗଠନ(ଇସ୍ରୋ) ପକ୍ଷରୁ ବିଭିନ୍ନ ପରୀକ୍ଷାନିରୀକ୍ଷା ଓ ଗବେଷଣା କରାଯିବ। ୩୬ ମାସର ସମୟସୀମା ସସ୍କୃତ ଚନ୍ଦ୍ରୟାନ-୪ ମିଶନ ପାଇଁ ମୋଦି ସରକାର ୨,୧୦୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଇସ୍ରୋ ଚନ୍ଦ୍ରୟାନ-୪ର ବିକାଶ ଏବଂ ଉତ୍‌କ୍ଷେପଣକୁ ପରିଚାଳନା କରିବ। ଅନ୍ୟପକ୍ଷରେ ଭେନସ ଅର୍ବିଟର ମିଶନର ସମ୍ପ୍ରସାରଣକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ସେହିପରି ୨୦୩୫ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଷ୍ଟେଶନ (ବିଏଏସ୍‌)ର ପ୍ରତିଷ୍ଠା ପାଇଁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି।

Share