Categories: ଜାତୀୟ

ମଡେଲ ଟେନାନ୍ସି ଆଇନକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଘରଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ ଲାଗୁ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହାକୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡିକ ଲାଗି ଜାରି କରାଯାଇଛି। ଫଳରେ ସେମାନେ ବର୍ତ୍ତମାନର ଅନୁସାରେ ନୂଆ ଆଇନ ପ୍ରସ୍ତୁତ କରିପାରିବେ କିମ୍ବା ବର୍ତ୍ତମାନର ଆଇନରେ ସଂଶୋଧନ କରିପାରିବେ। ଏହାଦ୍ୱାରା ଦେଶ ମଧ୍ୟରେ ଭଡାରେ ଘର ଦିଆଯିବା ସଂକ୍ରାନ୍ତ ଆଇନଗତ ଢାଞ୍ଚାକୁ ସୁଦୃଢ କରିବାରେ ସହାୟତା ମିଳିପାରିବ। ମଡେଲ ଟେନାନ୍ସି ଆଇନର ଉଦ୍ଦେଶ୍ୟ ହେଉଛି ଦେଶରେ ଘରଭଡ଼ା ଦିଆଯିବା ମାଧ୍ୟମରେ ଏକ ଜୀବନ୍ତ, ଦୀର୍ଘସ୍ଥାୟୀ ଏବଂ ସମାବେଶୀ ଢାଞ୍ଚା ପ୍ରସ୍ତୁତ କରିବା। ଫଳରେ ପ୍ରତ୍ୟେକ ଆୟ ବର୍ଗର ଲୋକମାନଙ୍କ ପାଇଁ ଭଡ଼ାଘର ଉପଲବ୍ଧ ହୋଇପାରିବ। ଘର ଭଡା ଦେବା ପ୍ରକ୍ରିୟା ଧୀରେ ଧୀରେ ଔପଚାରିକ ବଜାରରେ ବଜାରରେ ପରିବର୍ତ୍ତିତ ହୋଇ ଏହାକୁ ସଂସ୍ଥାଗତ ରୂପ ଦିଆଯାଇପାରିବ। ନୂଆ ଆଇନ ଲାଗୁ ହେଲେ ଖାଲି ପଡିଥିବା ଘରକୁ ଭଡ଼ାରେ ଦେବା ଲାଗି ଖୋଲା କରାଯାଇପାରିବ।

Share