Advertisement
Categories: ବାଣିଜ୍ୟ

ନୂଆ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରୀ

ମୁମ୍ବାଇ: କୋଭିଡ୍‌-୧୯ ଲାଗି ୬.୩୦ ଲକ୍ଷ କୋଟିର ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିଇଏ) ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକର ଦକ୍ଷତା ବୃଦ୍ଧି ଲାଗି ୩.୦୩ ଲକ୍ଷ କୋଟିର ଯୋଜନାକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ସେହିଭଳି ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ସମ୍ପ୍ରସାରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହାବାଦ ୧୬ ରାଜ୍ୟରେ ଭାରତ ନେଟ୍‌ ପ୍ରକଳ୍ପ ପାଇଁ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ବାବଦ ୧୯,୦୧୪ କୋଟି ଟଙ୍କା ପ୍ରଦାନ, ସ୍ବାସ୍ଥ୍ୟ ସଂକ୍ରାନ୍ତ ଗବେଷଣା ଲାଗି ନେପାଳ ସହ ଚୁକ୍ତି ଭଳି ଅନ୍ୟ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟର ସବୁଜ ସଙ୍କେତ ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share