Posted inଜାତୀୟ

ମହିଳା ସଂରକ୍ଷଣ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୯ା୯:ଲୋକ ସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବା ସଂକ୍ରାନ୍ତ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ସୋମବାର ରାତିରେ ମଞ୍ଜୁରୀ ପ୍ରଦାନ କରିଥିବା ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ବୈଠକରେ ୯୦ ମିନିଟ୍‌ର ଆଲୋଚନା ପରେ ଏହି ବହୁ ପ୍ରତୀକ୍ଷିତ ବିଧେୟକକୁ ଅନୁମୋଦନ କରାଯାଇଥିତ୍ବା କୁହାଯାଉଛି। ତେବେ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସରକାର ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନ ଥିବାରୁ ମହିଳା ସଂରକ୍ଷଣ ବିଲ୍‌ ଅନୁମୋଦନକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ସଂସଦରେ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନ ବୈଠକ ଶେଷ ହେବା ପରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ୍‌ ଶାହା, ପୀୟୂଷ ଗୋୟଲ, ପ୍ରହ୍ଲାଦ ଜୋଷୀ, ଏସ୍‌. ଜୟଶଙ୍କର, ନିର୍ମଳା ସୀତାରାମନ୍‌, ଧର୍ମେନ୍ଦ୍ର ପ୍ରଧାନ, ନୀତୀନ ଗଡକରୀ ଏବଂ ଅର୍ଜୁନ ରାମ ମେଘଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ। ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ଐତିହାସିକ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ପୂର୍ବରୁ କହିଥିଲେ। ଇତିମଧ୍ୟରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ନେତୃତ୍ୱରେ ଏକାଧିକ ବୈଠକ ବସିଥିଲା। ସେଥିରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପସ୍ଥିତ ଥିଲେ। ସ୍ବତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ସରକାର ପୂର୍ବରୁ କୌଣସି ସୂଚନା ଦେଇ ନ ଥିବାରୁ ମହିଳା ସଂରକ୍ଷଣ ବିଲ୍‌ କିମ୍ବା ‘ଗୋଟିଏ ରାଷ୍ଟ୍ର ଏକ ନିର୍ବାଚନ’ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା।
ସୂଚନା ଦିଆଯାଇପାରେ, ଦେଶର ବ୍ୟବସ୍ଥାପକ ପ୍ରକ୍ରିୟାରେ ମହିଳାମାନଙ୍କ ପ୍ରତିନିଧିତ୍ୱକୁ ସୁଯୋଗ ଦିଆଯାଇ ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା ଦିଗରେ ମହିଳା ସଂରକ୍ଷଣ ବିଲ୍‌ ସପକ୍ଷରେ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା। ୧୯୯୬ରୁ ସଂସଦରେ ଏହି ବିଲ୍‌କୁ ବାରମ୍ବାର ଆଗତ କରାଯାଇଥିଲେ ମଧ୍ୟ ରାଜନୈତିକ ବିରୋଧ ଯୋଗୁ ତାହା ଫଳପ୍ରଦ ହୋଇପାରି ନ ଥିଲା। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଦଳମତ ନିର୍ବିଶେଷରେ ମହିଳା ସଂରକ୍ଷଣ ବିଲ୍‌ ଆଣିବା ଲାଗି ଦାବି ହୋଇଥିଲା। ସମର୍ଥକମାନଙ୍କ ଯୁକ୍ତି ହେଉଛି ଯେ, ଲିଙ୍ଗଗତ ସମାନତାକୁ ବଜାୟ ରଖିବା ସହ ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଏହା ସହାୟକ ହୋଇପାରିବ। କ୍ୟାବିନେଟରେ ମହିଳା ସଂରକ୍ଷଣ ବିଲ୍‌କୁ ମଞ୍ଜୁରୀ ମିଳିବା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳୀୟ ଏମ୍‌ପିମାନଙ୍କୁ ଭେଟିଛନ୍ତି। କଂଗ୍ରେସ ମୁଖପାତ୍ର ଜୟରାମ ରମେଶ କ୍ୟାବିନେଟ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସର୍ବପୁରାତନ ଦଳର ଏହା ଦୀର୍ଘଦିନର ଦାବି ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ

ଇନ୍ଦୋର,୨୭ା୧୦: ମଧ୍ୟପ୍ରଦେଶର ରତଲାମ ଜିଲାରେ ରବିବାର ସନ୍ଧ୍ୟାରେ ଏକ ଡିଜେଲ ଇଲେକ୍ଟ୍ରିକାଲ୍‌ ମଲ୍ଟିପ୍ଲ ୟୁନିଟ୍‌ (ଡେମୁ) ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ...

ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ

ଚେନ୍ନାଇ,୨୭।୧୦: ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ତାମିଲନାଡୁର ଚର୍ଚ୍ଚିତ ଅଭିନେତା ଥାଲପଥି ବିଜୟ ରବିବାର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧନ କରିଛନ୍ତି। ଏଠାରେ ସେ ନିଜ...

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri