ଭୁବନେଶ୍ୱର,୧୫ା୯(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହାପରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ଆସନ୍ତା ବିଧାନସଭାରେ ଉପସ୍ଥାପନ ହେବାକୁ ଥିବା ଅତିରିକ୍ତ ଖର୍ଚ୍ଚଦାବିକୁ ଅନୁମୋଦନ କରାଯିବ। ଆସନ୍ତା ୨୨ ତାରିଖରେ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଏଥିତ୍ରେ ପ୍ରାୟ ୨୫ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ଅନ୍ୟପକ୍ଷରେ କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ପ୍ରାୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବା ସମ୍ଭାବନା ରହିଛି। ତେବେ କ୍ୟାବିନେଟ୍ ଏଜେଣ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି।