Categories: ଜାତୀୟ

ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଅଜିତ୍‌ଙ୍କୁ ମିଳିଲା ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ

ମୁମ୍ବାଇ, ୧୪।୭: ମହାରାଷ୍ଟ୍ରରେ ଶୁକ୍ରବାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ମହରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏନସିପି ନେତା ଅଜିତ୍‌ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି। ସେହିପରି ଶରଦ ପାଓ୍ବାରଙ୍କ ହାତ ଛାଡି ଆସିଥିବା ଛଗନ ଭୁଜବଲଙ୍କୁ ଖାଦ୍ୟ ବିଭାଗ, ଦିଲୀପ ଓ୍ବେଲ୍ସ ପାଟିଲଙ୍କୁ ସମବାୟ ସମିତି, ଆଦିତି ତଟକେରେଙ୍କୁ ମହିଳା ଏବଂ ଶିଶୁ ବିକାଶର ଦାୟିତ୍ୱ ମିଳିଥିବା ବେଳେ ଧନଞ୍ଜୟ ମୁଣ୍ଡେଙ୍କୁ କୃଷି, ହସନ ମୁଶ୍ରିଫଙ୍କୁ ସ୍ବାସ୍ଥ୍ୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିନ୍ଦେ କୃଷି ମନ୍ତ୍ରଣାଳୟର ଦାୟିତ୍ୱରେ ଥିଲେ। ଏହା ବ୍ୟତୀତ ଭାଜପା ନେତାମାନଙ୍କ ପାଖରେ ସ୍ବାସ୍ଥ୍ୟ, ଶିକ୍ଷା ଏବଂ କ୍ରୀଡା ମନ୍ତ୍ରଣାଳୟ ଥିଲା।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଅଜିତ ପାୱାରଙ୍କ ମଧ୍ୟରେ ମାରାଥନ ବୈଠକ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି।

 

Share