ସୋମବାର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ନୂଆ ମନ୍ତ୍ରୀମାନେ ନେବେ ଶପଥ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ରାଜନୈତିକ ମହଲରେ ବେଶ୍‌ କିଛିଦିନ ଧରି ଆଲୋଚନା ହୋଇଆସୁଥିଲା। ତେବେ ଆସନ୍ତା ସୋମବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ଜାଣିବାକୁ ମିଳିଛି। ସୋମବାର ସକାଳ ସାଢ଼େ ୯ଟାରେ ନୂଆ ମନ୍ତ୍ରୀମାନେ ଲୋକସେବା ଭବନରେ ଶପଥ ନେବେ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ। ତେବେ ନବୀନଙ୍କ ନୂଆ ଟିମ୍‌ରେ କିଏ ସ୍ଥାନ ପାଇବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ରାଜ୍ୟରେ ୩ଟି ମନ୍ତ୍ରୀପଦ ଖାଲିପଡ଼ିଛି। ନବଦାସଙ୍କ ଦେହାନ୍ତ ପରେ ସ୍ବାସ୍ଥ୍ୟମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ କିଛିଦିନ ତଳେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଥିବା ସମୀର ରଞ୍ଜନ ଦାଶ ଏବଂ ଶ୍ରମମନ୍ତ୍ରୀ ଥିବା ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ପ୍ରମିଳା ମଲ୍ଲିକ ଏହି ଦୁଇ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେହିପରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି।

Share