କ୍ୟାବିନେଟ ବୈଠକରେ ବଜେଟକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୧।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବଜେଟ-୨୦୨୩କୁ ମଞ୍ଜୁରୀ ମିଳିଛି । ୨୦୨୩ ବଜେଟକୁ କ୍ୟାବିନେଟ ଅନୁମୋଦନ ମିଳିବା ପରେ ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ।

ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି।

Share