ରାୟପୁର,୩୦।୧୨: ଛତିଶଗଡ ସରକାରଙ୍କ ଶୁକ୍ରବାର ଚଳିତ ବର୍ଷର ଶେଷ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ତେବେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାସଭବନରେ ଏହି ବୈଠକ ବସିବାର ନେଇ ସୂଚନା ମିଳିଛି। ଏହି ବୈଠକରେ ଜାନୁୟାରୀ ୨ ତାରିଖରେ ହେବାକୁ ଥିବା ରାଜ୍ୟରେ ଶୀତକାଳୀନ ଅଧିବେଶନ ସମ୍ପର୍କରେ ଆଲୋଚନା କରାଯିବ। ଏପରିକି ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେନେଇ ରଣନୀତି ପ୍ରସ୍ତୁତ ହେବ। ଏହା ବ୍ୟତିତ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ। ସୂଚନାଯୋଗ୍ୟ, ରାଜ୍ୟରେ ବିଧାନସଭା ଶୀତକାଳୀନ ଅଧିବେଶନ ଜାନୁୟାରୀ ୨ରୁ ୬ ପର୍ଯ୍ୟନ୍ତ ଚାଲିବ।