ଆଜି ୩ଟି କ୍ୟାବିନେଟ ବୈଠକ: ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, ୨।୯(ବ୍ୟୁରୋ): ବୁଧବାର ରାଜ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।
ପ୍ରଥମେ ଅପରାହ୍ନ ୫ଟାରେ ଐତିହ୍ୟ କ୍ୟାବିନେଟ ବୈଠକ ବସିବ। ପରେ ୫ଟା ୧୫ରେ କୃଷି କ୍ୟାବିନେଟ ବସିବାକୁ ଥିବାବେଳେ ସାଧାରଣ କ୍ୟାବିନେଟ ବୈଠକ ଅପରାହ୍ନ ୫ଟା ୪୫ ମିନିଟରେ ବସିବ। ଐତିହ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

Share