Categories: ଜାତୀୟ

କୃଷି ଆଇନ ପ୍ରତ୍ୟାହାର ଲାଗି ବସିବ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ, ୨୩।୧୧: କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶୁକ୍ରବାର ଘୋଷଣା କରିଥିଲେ। ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ ବୈଠକ ବସି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସହ ପରାମର୍ଶ କରି କୃଷି ମନ୍ତ୍ରଣାଳୟ ଆଇନ ପ୍ରତ୍ୟାହାର ଲାଗି ବିଲ୍‌ ପ୍ରସ୍ତୁତି ଚଳାଇଛି। ଶୀତ ଅଧିବେଶନରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉକ୍ତ ବିଲ୍‌କୁ ଲୋକ ସଭାରେ ଆଗତ କରିବେ। ୩ଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଲାଗି ଗୋଟିଏ ବିଲ୍‌ ଆସିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନଗୁଡ଼ିକ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲା ଆନ୍ଦୋଳନ ଚଳାଇଥିଲେ।

Share