Advertisement

ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ଗଲା ଫୋନ୍‌, ଲିଷ୍ଟରେ ନାହିଁ ଓଡ଼ିଶା ନେତାଙ୍କ ନାଁ

ନୂଆଦିଲ୍ଲୀ,୯।୬: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ଫୋନ୍‌ ଆସିଛି। ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ଏମ୍‌ପିମାନେ କଲ ପାଇଛନ୍ତି। ମନ୍ତ୍ରୀ ହେବା ପାଇଁ ଟିଡିପି ଏମ୍‌ପି ଚନ୍ଦ୍ରଶେଖର ପେମାସାନି ଏବଂ କିଞ୍ଜରାପୁ ରାମ ମୋହନ ନାଇଡୁଙ୍କୁ ଫୋନ୍‌ ଯାଇଛି। ଏହା ବ୍ୟତୀତ ଜେଡିଏର ରାଜ୍ୟ ସଭା ଏମ୍‌ପି ରାମ ନାଥ ଠାକୁର, ଚିରାଗ ପାସଓ୍ବାନ, ସର୍ବାନନ୍ଦ ସୋନୋଓ୍ବାଲ, ଅର୍ଜୁନ୍‌ ରାମ ମେଘଓ୍ବାଲ, ନୀତୀନ ଗଡ଼କରୀ, ଏଚ୍‌ଡି କୁମାରସ୍ବାମୀ, ଜୟନ୍ତ ଚୌଧୁରୀ, ଶିବରାଜ ଚୌହାନ, ସର୍ବାନନ୍ଦ ସୋନୱାଲ, ବାସଭରାଜ ବୋମ୍ମାଇଙ୍କୁ ମଧ୍ୟ ମନ୍ତ୍ରୀ ପଦ ପାଇଁ ଫୋନ୍‌ ମିଳିଛି। ହେଲେ ଏଯାଏ ଓଡ଼ିଶାରୁ କାହାକୁ ଫୋନ ମିଳିନାହିଁ। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share