କରୋନାରେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପରଲୋକ

ଲକ୍ଷ୍ନୌ,୨।୮: କରୋନାରେ ଆକ୍ରାନ୍ତଙ୍କ ହୋଇ ଉତ୍ତରପ୍ରଦେଶ କ୍ୟାବିନେଟ୍‌ ମନ୍ତ୍ରୀ କମଳା ରାଣୀ ବରୁଣଙ୍କ ପରଲୋକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ କମଳା ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଏକାଦଶ ଏବଂ ଦ୍ୱାଦଶ ଲୋକସଭାରେ ଏମ୍‌ପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। କମଳାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ସେ ଲକ୍ଷ୍ନୌର ପିଜିଆଇରେ ଚିକିତ୍ସିତ ହେଉଥିଲେ। ଜୁଲାଇ ୧୮ଠାରୁ ତାଙ୍କର ଚିକିତ୍ସା ଜାରି ରହିଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ୧୯୫୮ ମେ ୩ ତାଙ୍କକର ଜନ୍ମ ଲକ୍ଷ୍ନୌରେ ହୋଇଥିଲା।

Share