କରୋନା କବଳରେ ନେତାମନ୍ତ୍ରୀ: ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ ପଜିଟିଭ

ଲକ୍ଷ୍ନୌ,୨୯।୮: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହା କବଳରେ ବର୍ତ୍ତମାନ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ସେଲିବ୍ରିଟି ରହିଛନ୍ତି। ଇତିମଧ୍ୟରେ ଯୋଗୀ ସରକାରଙ୍କ ଆଉ ଜଣେ କ୍ୟାବିନେଟ ମନ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ମନ୍ତ୍ରୀ ସତିଶ ମହାନାଙ୍କ ରିପୋର୍ଟରେ କରୋନା ପଜିଟିଭ ବାହାରିଛି। ଏହାପରେ ସେ ଡାକ୍ତରଙ୍କ ପରାମର୍ଶରେ ନିଜକୁ ଘରେ ହିଁ ହୋମ୍‌ ଆଇସୋଲେଶନ୍‌ କରିନେଇଛନ୍ତି। ଏନେଇ ସତିଶ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ତାଙ୍କ ନିକଟରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବାରୁ ସେ ଯାଞ୍ଚ କରାଇଥିଲେ। ତେବେ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିଲା। ତେବେ ଗତ କିଛି ଦିନରୁ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଯାଞ୍ଚ କରାଇନିଅନ୍ତୁ ବୋଲି ସତୀଶ ପରାମର୍ଶ ଦେଇଛନ୍ତି।

Share