Categories: ଜାତୀୟ

ଝିଅକୁ ହରାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୩।୫: କlରୋନା ସାରା ଦେଶରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ଭୂତାଣ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ସୋମବାର କେନ୍ଦ୍ରମନ୍ତ୍ରୀ ଥାଭର ଚାନ୍ଦ ଗେହଲୋଟଙ୍କ ଝିଅ ଯୋଗିତା ସୋଲାଙ୍କିଙ୍କ ହୃତଘାତରେ ପରଲୋକ ଘଟିଛି। ଗତ କିଛିଦିନ ହେବ ସେ କରୋନାରେ ସଂକ୍ରମିତ ଥିଲେ। ଚିକିତ୍ସିତ ହେଉଥିବାବେଳେ ତାଙ୍କ ହୃଦଘାତ ହୋଇଥିଲା। ମୃତ୍ୟୁ ବେଳକୁ ଯୋଗିତାଙ୍କୁ ୪୩ ବର୍ଷ ହୋଇଥିଲା। ସେ ଗତ ୧୫ ଦିନ ହେବ ଇନ୍ଦୋରର ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

Share