ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସାମୁହିକ ଭାବେ ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ

କଲମ୍ବୋ,୪ ।୪: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାଙ୍କୁ ଲାଗିଛି ଆଉ ଏକ ଝଟ୍‌କା । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବ୍ୟତୀତ ଶ୍ରୀଲଙ୍କାର ସମସ୍ତ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସମ୍ପୂର୍ଣ୍ଣ ଦେଶ ଯେତେବେଳେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ସେତେବେଳେ ଦେଶର ରାଜନୈତିକ ସ୍ଥିତି ବିଗିଡି ଯାଇଛି । ଦେଶର ଆର୍ଥିକ ସ୍ଥିତିକୁ ନେଇ ଲୋକଙ୍କ ରାଗ ଚରମରେ ଥିବା ବେଳେ ଏପଟେ ଦେଶର ରାଜନୌତିକ ସ୍ଥିତି ବିଗିଡିଯାଇଛି । ତେବେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ନିଜ ପଦରେ ଥିବା ବେଳେ ତାଙ୍କ ପୁଅ ନମଲ ରାଜପାକ୍ଷେ ସମସ୍ତ ବିଭାଗରୁ ଇସ୍ତଫା ଦେଇଛନ୍ତି ।
ଏବେ ଶ୍ରୀଲଙ୍କାରେ ସାଧାରଣ ଜୀବନ ସଂଘର୍ଷମୟ ହୋଇ ପଡିଛି । ଦେଶରେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ସାଙ୍ଗକୁ, ସାଧାରଣ ଖାଉଟି ସାମଗ୍ରୀ ନ ମିଳିବାରୁ ଜନତା ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

Share