ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶ ଲକ୍ଷ୍ନୌର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଯୋଗୀଙ୍କ ୨.୦ଇଂନିସ ଆରମ୍ଭ ହୋଇଛି। ଯୋଗୀଙ୍କ ସହ ୨ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଶୁକ୍ରବାର ଅପରାହ୍ନ ୪ଟା ୨୦ରେ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏତଦ୍ ବ୍ୟତୀତ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଆନନ୍ଦୀବେନ ପଟେଲ ସେମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ବିଧାନସଭା ନିର୍ବାଚନରେ କୋଶାମ୍ବି ଜିଲାର ସିରାଥୁ ଆସନରୁ ଶୋଚନୀୟ ପରାଜୟ ପରେ କେଶବ ମୌର୍ଯ୍ୟ ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଭାଜପା ହାଇକମାଣ୍ଡ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କେଶବ ମୌର୍ଯ୍ୟଙ୍କୁ ଆଉ ଥରେ ସୁଯୋଗ ଦେଇଛି।