ସୋମବାର କ୍ୟାବିନେଟ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୩୦ରେ କ୍ୟାବିନେଟ ବୈଠକ ବସିବ। ବୈଠକରେ ପାନୀୟ ଜଳ, କ୍ୟାଡର ପୁନର୍ଗଠନ, ଜଳସେଚନ, ଟେଣ୍ଡର ଅନୁମୋଦନ ଭଳି ୧୦ରୁ ଅଧିକ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବା ସମ୍ଭାବନା ରହିଛି। ବିଶେଷକରି ଜଳସମ୍ପଦ, କୃଷି, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ, ଭିନ୍ନକ୍ଷମ ସଶକ୍ତୀକରଣ, ରାଜସ୍ବ ବିଭାଗର ଅନେକ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ହେବାର ଅଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଥିବାବେଳେ ଭିଡିଓ କନ୍‌ଫରେନ୍ସ ଜରିଆରେ କ୍ୟାବିନେଟରେ ଅଧ୍ୟକ୍ଷତା କରିଥିଲେ।

Share