Categories: ଜାତୀୟ

୧୩ ବିଧାୟକଙ୍କୁ କ୍ୟାବିନେଟ୍‌ ପାହ୍ୟା: ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆଶା ନୋହିଲା

ବେଙ୍ଗାଲୁରୁ,୧୭।୧୨: କର୍ନାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ପରିବର୍ତ୍ତେ ୧୩ ବିଧାୟକଙ୍କୁ କ୍ୟାବିନେଟ୍‌ ପାହ୍ୟା ଦେଇ ଭାଜପାରେ ଜାରି ରହିଥିବା ଅସନ୍ତୁଷ୍ଟଙ୍କ ମୁହଁ ବନ୍ଦ କରିବାକୁ ସକ୍ଷମ ହୋଇଛନ୍ତି। ବିଭିନ୍ନ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ଭାବେ ବିଧାୟକଙ୍କୁ ନିଯୁକ୍ତ କରାଯାଇଛି। ତେବେ ଏସବୁ ବିଧାୟକଙ୍କର ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆଶା କେବଳ ଆଶାରେ ହିଁ ରହି ଯାଇଛି। ସେହିପରି ୪ ଜଣ ବିଧାୟକଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇ ବିଭିନ୍ନ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷରେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ମିଡ଼ିଆ ପରାମର୍ଶ ଦାତା ଭାବେ କାର୍ଯ୍ୟ କରୁଥିବା ଏନ୍‌. ଭୁଙ୍ଗିସ୍‌ଙ୍କୁ ମଧ୍ୟ କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରାଯାଇଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ବିଳମ୍ବ ହେଉଥିବାରୁ ଶାସକ ଦଳରେ ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାର ଆଶଙ୍କା ଥିବାରୁ ୟେଦୁରପ୍ପା ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି।

Share