Categories: ଜାତୀୟ

ଏକ ବର୍ଷ ବଢିଲା ରାଜୀବ ଗୌବାଙ୍କ ସେବା ସମୟ, କ୍ୟାବିନେଟ ନିଯୁକ୍ତ କମିଟି ଦେଲେ ସବୁଜ ସଙ୍କେତ

ନୂଆଦିଲ୍ଲୀ,୩।୮: ଆଉ ଏକ ବର୍ଷ ସେବା ଯୋଗାଇଦେବେ କ୍ୟାବିନେଟ ସେକ୍ରେଟାରୀ ରାଜୀବ ଗୌବା। କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ସେବାକୁ ସବୁଜ ସଙ୍କେତ ଦେଇଛି। ସୂଚନାଯୋଗ୍ୟ, କ୍ୟାବିନେଟ ସଚିବ ରାଜୀବ ଗୌବା ଅଗଷ୍ଟ ୩ରେ ଆଉ ଏକ ବର୍ଷ ସେବାରେ ସମ୍ପ୍ରସାରଣ ପାଇଲେ, ସେ ଅଗଷ୍ଟ ୩୦, ୨୦୪୨ପର୍ଯ୍ୟନ୍ତ ସେବା ଯୋଗାଇ ଦେବେ। ଏହାକୁ ନେଇ ତୃତୀୟ ଥର ପାଇଁ ତାଙ୍କର ସେବା ଆଉ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି।
ୟୁନିଅନର ପୂର୍ବତନ ଗୃହ ସଚିବ ଶ୍ରୀ ଗୌବା ୨୦୧୯ରେ ଦୁଇ ବର୍ଷ ପାଇଁ ଦେଶର ସର୍ବୋଚ୍ଚ ଅମଲାତାନ୍ତ୍ରିକ ବା ବ୍ୟୁରୋକ୍ରାଟିକ ପଦରେ ନିଯୁକ୍ତ ହୋଇଥିଲେ। ତାଙ୍କୁ ୨୦୨୧ରେ ଏକ ବର୍ଷ ବୃଦ୍ଧି ଏବଂ ପରେ ଗତ ବର୍ଷ ଅଗଷ୍ଟରେ ଆଉ ଏକ ବର୍ଷ ଦିଆଯାଇଥିଲା।

Share