ଆଜି କ୍ୟାବିନେଟ

ଭୁବନେଶ୍ୱର,୨୧ା୭(ଅନିଲ ଦାସ):ଲୋକସେବା ଭବନରେ ଶୁକ୍ରବାର ସା ୬ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ଲାଗିବା ସମ୍ଭାବନା ରହିଛି । ତେବେ କ୍ୟାବିନେଟ ଏଜେଣ୍ଡାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା କେତେକ ଯୋଜନା ସମେତ କ୍ୟାଡର ପୁନର୍ଗଠନ, ପାନୀୟ ଜଳ ପ୍ରକଳ୍ପ ଆଦିକୁ କ୍ୟାବିନେଟରେ ଅନୁମୋଦନ ମିଳିବ। ଏଥିସହିତ ମହିଳା ଓ ଶିଶୁ ବିକାଶ, ସାଧାରଣ ପ୍ରଶାସନ, ରାଜସ୍ବ, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି ଓ ସ୍ବାସ୍ଥ୍ୟ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି।

Share