ପମ୍ପ ହାଉସ୍‌ରୁ ନେଇଗଲେ କେବୁଲ ତାର: ୫ ଦିନ ହେଲା ଜଳ ଯୋଗାଣ ବନ୍ଦ

ଦେଓଗାଁ,୧୫ା୭(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ କୁତୁର୍ଲା ପଞ୍ଚାୟତର ବହଲି, ସାରସବାହାଲ ଓ କୁତୁର୍ଲା ପମ୍ପ ହାଉସ୍‌ରୁ କେବୁଲ ଚୋରି ହୋଇଯାଇଛି ା ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆ ନ ଯିବାରୁ କୁତୁର୍ଲା ପଞ୍ଚାୟତର ସମସ୍ତ ଗାଁକୁ ଜଳ ଯୋଗାଣ ବ୍ୟାହତ ହୋଇଛି।

ସପ୍ତାହକ ତଳେ ଦୁର୍ବୃତ୍ତମାନେ ଗୋଟିଏ ରାତିରେ ୩ଟି ପମ୍ପ୍‌ ହାଉସର କେବୁଲ କାଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ା ଗତ କିଛି ଦିନ ହେଲା ଅଞ୍ଚଳରେ କେବୁଲ ଚୋରି ବଢିବାରେ ଲାଗିଛି। ଫଳରେ ପିଇବା ପାଣି ପାଇବାରୁ ଗ୍ରାମବାସୀ ବଞ୍ଚିତ ରହୁଛନ୍ତି। ସମ୍ପୃକ୍ତ ବିଭାଗର ଜେ.ଇ ବିଶ୍ୱଜିତ ଜେନାଙ୍କୁ ପଚାରିବାରୁ କେବୁଲ ମଗାଇଛୁ, ଦିନେ ଦୁଇଦିନ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ।

Share