ଭୁବନେଶ୍ୱର,୭ା୧(ବ୍ୟୁରୋ): ପୁରୀ-ଜଳେଶ୍ୱର ମେମୁ ଟ୍ରେନ ଉପରେ ଶନିବାର କେବୁଲ ତାର ପଡ଼ିଯିବାରୁ ଟ୍ରେନ୍ଟି ବାପୁଜୀନଗର-କଳ୍ପନା ଫ୍ଲାଇଓଭର ତଳେ ଅଟକି ରହିଛି। ଫଳରେ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ଆଉ ଟ୍ରେନ୍। କେବୁଲ ଛିଡ଼ି ଆଖପାଖରେ ନିଆଁ ଲାଗିଥିବା ଯାତ୍ରୀମାନେ କହିଛନ୍ତି। ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ରେଲଓ୍ବେ ବିଭାଗ ପକ୍ଷରୁ ସ୍ଥିତି ସ୍ବାଭାବିକ ହେବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି।