Categories: ଜାତୀୟ

ସଫଳ ହେଲା କେସିଆରଙ୍କ ହିପ ରିପ୍ଲେସମେଣ୍ଟ ସର୍ଜରୀ

ହାଇଦ୍ରାବାଦ,୯।୧୨: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ସି.ଆର ବା କେ ଚନ୍ଦ୍ରଶେଖର ରାଓ ଗୁରୁବାର ରାତିରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏରାଭେଲିରେ ଥିବା ତାଙ୍କ ବାସଭବନରେ ପଡ଼ିଯିବା କାରଣରୁ ତାଙ୍କ ଶରୀରରେ ଏକ ଫ୍ୟାକ୍ଚଚର ହୋଇଥିଲା, ଏହା ପରେ ଡାକ୍ତରମାନେ ତାଙ୍କୁ ହିପ ରିପ୍ଲେସମେଣ୍ଟ ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ବିଆରଏସ ନେତା ଦାସୋଜୁ ଶ୍ରବଣ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ହିପ ରିପ୍ଲେସମେଣ୍ଟ ସର୍ଜରୀ ସଫଳ ହୋଇଛି।
ବିଆରଏସ ନେତା କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଭଲ ଏବଂ ଆମେ ଆଶା କରୁଛୁ ତାଙ୍କୁ ତିନି ଦିନ ମଧ୍ୟରେ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ପ୍ରାୟ ଦେଢ ଘଣ୍ଟା ମଧ୍ୟରେ ଡାକ୍ତରମାନେ ଗୁରୁତର ଅସ୍ତ୍ରୋପଚାର କରିଥିଲେ। ତେଲଙ୍ଗାନାର ୪କୋଟି ଲୋକଙ୍କ ଆଶୀର୍ବାଦରେ ଏବଂ ଈଶ୍ବରଙ୍କ ଆଶୀର୍ବାଦ ଫଳରେ ଏହା ସଫଳ ହୋଇଛି।

Share