Categories: ଜାତୀୟ

ପରିବା କିଣିବାକୁ ଯାଇଥିଲେ, ଯାହା ଘଟିଲା…

ବିଜାପୁର,୧୮।୨: ଛତିିଶଗଡ଼ ସଶସ୍ତ୍ର ବଳ(ସିଏଏଫ୍‌) ଜଣେ କମାଣ୍ଡରଙ୍କୁ ମାଓବାଦୀମାନେ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ବିଜାପୁର ଜିଲା ଦରଭା ଡିଭିଜନ ଅଧୀନ ଏକ ପୋଲିସ କ୍ୟାମ୍ପଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ହତ୍ୟାକାଣ୍ଡ ଘଟିଛି। କମାଣ୍ଡର ତେଜୁରାମ ଭୁରିଆ କେତେଜଣ ଷ୍ଟାଫ୍‌ଙ୍କ ସହ ପରିବା କିଣିବାକୁ ଯାଉଥିବା ବେଳେ ମାଓବାଦୀଙ୍କ ଏକ ଟିମ୍‌ ଅତର୍କିତ ଆକ୍ରମଣ କରିଥିଲେ। ଅତିରିକ୍ତ ଫୋର୍ସ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ ଘଟଣାସ୍ଥଳରୁ ପଳାଇଥିଲେ।

ତେଜୁରାମ ଜଣେ ଅଭିଜ୍ଞ ଅଫିସର ଏବଂ ସେ ବସ୍ତର ଅଞ୍ଚଳର ବିଭିନ୍ନ ଭାଗରେ ମାଓବାଦୀ ନିରୋଧୀ ଅଭିଯାନରେ ସାମିଲ ହୋଇଥିଲେ। ମାଓବାଦୀ ମିଲିସିଆ ସଦସ୍ୟମାନେ ଗାଁରେ ରହି ପୋଲିସର ଗତିବିଧି ଉପରେ ଖବର ରଖିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ଲାଗି ସିଏଏଫ୍‌ ଏବଂ ଜିଲା ରିଜର୍ଭ ଗାର୍ଡ (ଡିଆର୍‌ଜି) ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି।

Share