ସିଏଜି ରିପୋର୍ଟ ପ୍ରକାଶ: ଅଯୋଗ୍ୟ କାଳିଆ ହିତାଧିକାରୀ ନେଇଗଲେ ୭୮୨ କୋଟି ଟଙ୍କା, ଡାଟାବେସ୍‌ ବିଶ୍ଳେଷଣ ବେଳେ ଆଉ…

ଭୁବନେଶ୍ୱର,୧୧ା୯: କାଳିଆ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ୨୦୧୯ରୁ ୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯାଇଥିଲା। ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଥିବା ବେଳେ ୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଥରଟିଏ କିସ୍ତି ଟଙ୍କା ମିଳିଛି। ଯୋଜନା କାର୍ଯ୍ୟକାରୀ ବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଧରାପଡ଼ିଥିଲେ। ପରେ ଡାଟାବେସ୍‌ ବିଶ୍ଳେଷଣ ବେଳେ ଆଉ ୨.୯୬ ଲକ୍ଷ ଅଯୋଗ୍ୟ ମିଳିଥିଲେ। ଏହିପରି ମୋଟ୍‌ ୧୨.୭୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ କାଳିଆର ଯୋଜନାର କିସ୍ତି ଟଙ୍କା ପାଇଥିଲେ। ଏହି ୧୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ୭୮୨ କୋଟି ନେଇଯାଇଥିବା ବେଳେ ତାଲିମ ନ ଦେଇ ୧୪.୦୪ ଭୂମିହୀନ କୃଷି ଶ୍ରମିକଙ୍କୁ ଟଙ୍କା ଦିଆଯାଇଥିଲା। ଏହି ଭୂମିହୀନ କୃଷି ଶ୍ରମିକ ୩ଟି କିସ୍ତିରେ ଟଙ୍କା ପାଇଥିଲେ।

ସୂଚନାଯୋଗ୍ୟ, ବିଜେଡି ସରକାରରେ ଥିବା କାଳିଆ ଯୋଜନା ବର୍ତ୍ତମାନ ସରକାରରେ ସିଏମ୍‌ କିଷାନ ଯୋଜନା ହୋଇଛି। ନୂଆଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀମାନଙ୍କୁ ସିଏମ୍‌ କିଷାନ ଯୋଜନାର ଟଙ୍କା ଦେଇଛନ୍ତି। ଖରିଫ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀମାନେ ଡିବିଟି ମାଧ୍ୟମରେ ଦୁଇଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ସି.ଏମ୍‌. କିଷାନ ପୋର୍ଟାଲ୍‌ ସହ କୃଷକ ଓଡ଼ିଶା ୟୁନିଫାଏଡ଼୍‌ ପୋର୍ଟାଲ୍‌ର ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ପୋର୍ଟାଲ ଅଧୀନରେ ସି.ଏମ୍‌. କିଷାନ୍‌ ସି.ଏମ୍‌. କିଷାନ୍‌ ଓ ପି.ଏମ୍‌. କିଷାନ ଯୋଜନାରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯାଇପାରିବ । ଏହାଛଡ଼ା ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍‌ କରିବା ପାଇଁ ପି.ଏମ୍‌. କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ନୂଆଖାଇଠାରୁ ଆରମ୍ଭ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ସମସ୍ତ ଚାଷୀ ଭଉଣୀଭାଇମାନଙ୍କୁ କୃଷିକ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି। ସିଏମ କିଷାନ ଯୋଜନାରେ ହସ୍ତାନ୍ତର ହେଉଥିବା ଏହି ସହାୟତା ରାଶି ଚାଷୀ ମାନଙ୍କୁ ଅତ୍ୟାବଶ୍ୟକୀୟ କୃଷି ସମାଗ୍ରୀ ଯଥା – ବିହନ, ସାର, କୀଟନାଶକ ଇତ୍ୟାଦି ଆବଶ୍ୟକତା ଅନୁଯାୟୀ କିଣିବାରେ ନିଶ୍ଚିତ ରୂପେ ସହାୟତା କରିବ। ରବି ଋତୁରେ ୯୨୫ କୋଟିରୁ ଅଧିକ ଟଙ୍କା ବିନିଯୋଗ ମାଧ୍ୟମରେ ରାଜ୍ୟର ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୩୯,୩୦୩ ଭୂମିହୀନ କୃଷି ପରିବାର ଏହା ମାଧ୍ୟମରେ ଉପକୃତ ହେବେ। ସିଏମ କିଷାନର ଏହି ସହାୟତା ରାଶି ଉଭୟ ଖରିଫ ଓ ରବି ଋତୁ ପାଇଁ ଦୁଇଟି କିସ୍ତିରେ ସମୁଦାୟ ଚାରି ହଜାର ଟଙ୍କା ପ୍ରଦାନ କରାଯିବ। ସିଏମ କିଷାନ ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପିଲାମାନଙ୍କ ବୈଷୟିକ ଉଚ୍ଚ ଶିକ୍ଷା ନିମନ୍ତେ କୃଷି ବିଦ୍ୟା ନିଧି ଯୋଜନାରେ ଦୁଇ ଲକ୍ଷ ଟଙ୍କା ଛାତ୍ର ବୃତ୍ତିର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ କୃଷକ କଲ୍ୟାଣକାରୀ ଯୋଜନା ପିଏମ କିଷାନ ଯୋଜନାରେ ଭୂମିଧାରି ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥିରେ ସିଏମ କିଷାନ ଯୋଡି ହୋଇଗଲେ ଚାଷୀ ବର୍ଷକୁ ୧୦ ହଜାର ଟଙ୍କା ପାଇବେ। ଏହି ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟା କାର୍ଯ୍ୟକୁ ଦୁଇ ମାସ ବୃଦ୍ଧି କରି ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ନାମ ପଞ୍ଜିକରଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ କୃଷକ ମାନେ ଜନ ସେବା କେନ୍ଦ୍ର ମାଧ୍ୟମରେ ନିଶୁଳ୍କ ଭାବେ ସମ୍ପାଦନ କରି ପାରିବେ। ଲୋକାର୍ପିତ ହୋଇଥିବା ସିଏମ କିଷାନ ପୋର୍ଟାଲ ମାଧ୍ୟମରେ ଉଭୟ ସିଏମ କିଷାନ ଓ ପିଏମ କିଷାନ ଅନଲାଇନ କାର୍ଯ୍ୟ ସମ୍ପାଦିତ ହେବ ବୋଲି ସେ କହିଥିଲେ। ଏଥି ସହିତ ରାଜ୍ୟର ସମସ୍ତ ଚାଷୀମାନଙ୍କ ସୁବିଧା ପାଇଁ  କୃଷକ ଓଡିଶା ୟୁନିଫାଏଡ ପୋର୍ଟାଲର ବ୍ୟବସ୍ଥା କରାଯାଇଛି । ଏହା ମାଧ୍ୟମରେ ଚାଷୀମାନେ ବିଭିନ୍ନ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ସମ୍ପନ୍ଧୀୟ ପ୍ରଚଳିତ ସରକାରୀ ଯୋଜନା ବିଷୟରେ ତଥ୍ୟ ଜାଣିପାରିବା ସହିତ ଏଥିରୁ ମିଳୁଥିବା ସୁବିଧା ପାଇଁ ମଧ୍ୟ ଆବେଦନ କରି ପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ଜଣେ ଗାୟକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

ସମ୍ବଲପୁର,୧୯ା୯: ସମ୍ବଲପୁରୀ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଭୁବନେଶ୍ବରର ଏକ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର...

ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ବାହାରିଲା ନିଯୁକ୍ତି, ଲକ୍ଷେ ଯାଏଁ ରହିଛି ଦରମା…

ଭୁବନେଶ୍ୱର,୧୯।୯: ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ ଅଗଷ୍ଟ ୩୧ରେ ଘୋଷଣା କରାଯାଇଥିଲା।...

ଆଜିଠାରୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଚେନ୍ନାଇ, ୧୯।୯ (ପି.ଟି.):ଭାରତ ଓ ବାଂଲାଦେଶ ମଧ୍ୟରେ ୨ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଏଠାରେ ଆରମ୍ଭ ହେବ। ବାଂଲାଦେଶ ଏହା ପୂର୍ବରୁ...

ମୁଖ୍ୟ ପ୍ରସଙ୍ଗରୁ ନଜର ହଟାଇବାକୁ ରାଜ୍ୟ ସରକାରଙ୍କ ପ୍ରୟାସ

ଭୁବନେଶ୍ୱର,୧୯।୯(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଓ ୧୦୦ ଦିନ ଅବଧିର ମୋହନ ସରକାର ରାଜ୍ୟବାସୀଙ୍କ ପ୍ରତି କେବଳ ଧୋକା । ପ୍ରଧାନମନ୍ତ୍ରୀ ତାଙ୍କ...

ମୁହଁ ଖୋଲିଲେ ସୁଜିତ୍‌: ରାଜ୍ୟବାସୀଙ୍କ ସେବା ପାଇଁ…

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର):କିଛିଦିନ ତଲେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ବୁଧବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ...

ଭାଜପା ସରକାରକୁ ପୂରିଛି ୧୦୦ ଦିନ: ସଫଳତା ବଖାଣିଲେ ମନମୋହନ

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର):ଦୀର୍ଘ ୬୦ ବର୍ଷ ପରେ ଏକମାତ୍ର ନେତା ଭାବେ ନରେନ୍ଦ୍ର ମୋଦି ୩ୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ...

୧୦୦ ଦିନରେ ଭାଜପାର ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା

ଭୁବନେଶ୍ୱର,୧୯।୯(ଅନିଲ ଦାସ):ରାଜ୍ୟ ଭାଜପା ସରକାରଙ୍କ ୧୦୦ ଦିନର କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି ଯେ, ଏହି ସରକାର ସମୟରେ ଓଡ଼ିଶାର ବିକାଶ ଦୁଇ ପାଦ ପଛକୁ ଯିବ...

ବିଜେଡିରେ ସଙ୍କଟ:ବହୁ କର୍ମକର୍ତ୍ତା ପଦ ଛାଡ଼ିଲେ

ଡେରାବିଶ,୧୯ା୯(ବେବର୍ତ୍ତା ଅଜୟ ଦାସ):ଗତ ନିର୍ବାଚନରେ ବିଜେଡି ବିଧାୟକ ଭାବେ ଅରବିନ୍ଦ ମହାପାତ୍ର ଜିତିବାର ୩ ମାସ ନ ବିତୁଣୁ ପ୍ରଥମେ ଡେରାବିଶ ବ୍ଲକ ବିଜେଡି ସଭାପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri