ଭୁବନେଶ୍ୱର,୨୦ା୪(ବ୍ୟୁରୋ): ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ୨୦୧୯-୨୦ ସମାପ୍ତ ବର୍ଷ ପାଇଁ ‘ସମ୍ପାଦନ ଏବଂ ଅନୁପାଳନ ରିପୋର୍ଟ-୩’ ଲେଖା ପରୀକ୍ଷା ପ୍ରତିବେଦନ (ସିଏଜି ରିପୋର୍ଟ) ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ବୁଧବାର ରାଜଭବନ ଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କ ସହ ଆଲୋଚନା ଅବସରରେ ପ୍ରଧାନ ମହଲେଖାକାର ମହଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଅଡିଟ ରିପୋର୍ଟ ପ୍ରସ୍ତୁତିରେ ପ୍ରାସଙ୍ଗିକ ଓ ନିର୍ଭର ଯୋଗ୍ୟ ସୂଚନା ସହ ଏକ ସ୍ବଚ୍ଛ ଓ ଗୁଣାତ୍ମକ ରିପୋର୍ଟ ପ୍ରସ୍ତୁତି ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ। ରିପୋର୍ଟ ପ୍ରଦାନ ସମୟରେ ଉପ ମହଲେଖାକାର ପ୍ରିନ୍ସନ ଭର୍ଗିଜ ଉପସ୍ଥିତ ଥିଲେ l