Categories: ବାଣିଜ୍ୟ

ଟିକସ ଅର୍ଥ ଅସୁଲ କରିବ କେୟର୍ନ

ମୁମ୍ବାଇ: ଭାରତ ସରକାରଙ୍କଠାରୁ ପାଇବାକୁ ଥିବା ଟିକସ ଫେରସ୍ତ ବାବଦ ଅର୍ଥ ଅସୁଲ କରିବା ଲାଗି ବ୍ରିଟେନର କେୟର୍ନ ଏନର୍ଜି ବର୍ତ୍ତମାନ ଅଗ୍ରସର ହୋଇଛି। ନିଜ ଅର୍ଥ ପାଇବା ଲାଗି ଏହି କମ୍ପାନୀ ବିଦେଶରେ ପ୍ରାୟ ୭୦ ବିଲିୟନ ଡଲାରର ଭାରତୀୟ ସମ୍ପତ୍ତି ଉପରେ ନଜର ରଖିଛି। ଏହି ସବୁ ସମ୍ପତ୍ତିକୁ ଜବତ କରିବା ନେଇ କମ୍ପାନୀ ଯୋଜନା ରଖିଥିବା କୁହାଯାଉଛି। ଭାରତ ସରକାରଙ୍କ ଉପରେ ଏହି କମ୍ପାନୀର ୧.୭୨ ବିଲିୟନ ଡଲାରର ଅର୍ଥ ବକେୟା ରହିଛି। କେୟର୍ନ ଯଦି ଏଭଳି କରିବାକୁ ସକ୍ଷମ ହୁଏ ତେବେ ଭାରତ, ପାକିସ୍ତାନ ଏବଂ ଭେନେଜୁଏଲା ଭଳି ଦେଶ ସମୂହଙ୍କ ଭଳି ସ୍ଥିତି ସାମ୍ନା କରିବ। ପୂର୍ବରୁ ଏହି ଦେଶଗୁଡିକର ଏଭଳି ସ୍ଥିତି ଦେଖିବାକୁ ପଡିଛି। ନିର୍ଦ୍ଧାରିତ ହୋଇଥିବା ସମ୍ପତ୍ତି ମଧ୍ୟରେ ଏୟାର ଇଣ୍ଡିଆ ବିମାନ, ଶିପିଂ କର୍ପୋରେଶନର ଜାହାଜ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସମ୍ପତ୍ତି, ରାଷ୍ଟ୍ରାୟତ୍ତ ତୈଳ ଏବଂ ବାଷ୍ପ କମ୍ପାନୀଗୁଡିକର ଜାହାଜ ସାମିଲ ହୋଇଥିବା ପ୍ରକ୍ରିୟା ସହ ଜଡିତ ୩ ଅଧିକାରୀ କହିଛନ୍ତି। ଅନ୍ତର୍ଜାତୀୟ ମଧ୍ୟସ୍ଥତା ଅଦାଲତଙ୍କ ରାୟକୁ ସମ୍ମାନ ନ ଜଣାଇ ଭାରତ ଯଦି ଧାର୍ଯ୍ୟ ରାଶି କେୟର୍ନକୁ ପ୍ରଦାନ କରେ ତେବେ କମ୍ପାନୀ ପୁଣି ଥରେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ନେଇ ଯୋଜନା ବନାଉଛି। କେୟର୍ନ ଯଦି ଏଭଳି କାର୍ଯ୍ୟାନୁଷ୍ଠାନ ନିଏ ଭାରତ ସରକାର ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି କୁହାଯାଉଛି।

Share