ଗଭର୍ନର ପ୍ରାର୍ଥୀ ହେବେ କିନ୍ନର

କାଲିଫର୍ନିଆ, ୧୪।୪: ଆମେରିକାର ହାଇପ୍ରୋଫାଇଲ କିନ୍ନର ଭାବେ ଜଣାଶୁଣା ତଥା ରିଅଲିଟି ଟିଭି ଷ୍ଟାର କାଟ୍‌ଲିନ୍‌ ଜେନ୍ନର ରିପବ୍ଲିକାନ ପାର୍ଟିରୁ କାଲିଫର୍ନିଆ ଗର୍ଭନର ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ଆବଶ୍ୟକ କାଗଜପତ୍ର କାମ ସରିଥିବା ସେ କହିଛନ୍ତି। ଡେମୋକ୍ରାଟିକ୍‌ ପାର୍ଟିର ଗଡ଼ କୁହାଯାଉଥିବା କାଲିଫର୍ନିଆର ଗଭର୍ନର ପଦବୀ ରିପବ୍ଲିକାନ ଦଳ ଏହି ପୂର୍ବତନ ଆଥଲେଟ୍‌ଙ୍କୁ ପ୍ରାର୍ଥୀ କରିବାକୁ ସ୍ଥିର କରିଛି। ବର୍ତ୍ତମାନର ଗର୍ଭନର ଡେମୋକ୍ରାଟ ଗେଭିନ୍‌ ନ୍ୟୁସମ୍‌ଙ୍କୁ ହଟାଇବାକୁ ଲୋକମାନଙ୍କଠାରୁ ଭୋଟ ଗ୍ରହଣ କରାଯିବ। ଯଦି ଅଧିକାଂଶ ଲୋକେ ପରିବର୍ତ୍ତନ ଚାହାନ୍ତି ତେବେ ପରିବର୍ତ୍ତନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Share