କାମଧେନୁ ଯୋଜନାରେ ବାଛୁରୀ ପାଳନର ଶୁଭାରମ୍ଭ

ନୂଆପଡ଼ା,୨୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ଼ ପ୍ରାଣୀ ଚିକିତ୍ସାଳୟଠାରେ ବୁଧବାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମାଈ ବାଛୁରୀ ପାଳନର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ଜିଲାପାଳ ମଧୁସୂଦନ ଦାସ ଉଦ୍‌ଘାଟନ କରି ୨୧ ମାଈ ବାଛୁରୀଙ୍କୁ ଦାନା ଖୁଆଇଥିଲେ।

ସଭାରେ ବଲାଙ୍ଗୀର କଳାହାଣ୍ଡି ନୂଆପଡ଼ା ଦୁଗ୍ଧ ଉତ୍ପାଦକ ସମବାୟ ସଂଘର ସାଧାରଣ ପରିଚାଳକ ଡ. ରଜନୀକାନ୍ତ ପଣ୍ଡା ସ୍ବାଗତ ସମ୍ଭାଷଣ ପ୍ରଦାନ ପୂର୍ବ ସରକାରଙ୍କ ଏହି ବହୁ ଜନାଦୃତ ଯୋଜନାର ଆଭିମୁଖ୍ୟ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ଆଲୋକ କୁମାର ନାୟକ ସଭାକାର୍ଯ୍ୟ ପରିଚାଳନା କରି ସ୍ବଳ୍ପ ଖର୍ଚ୍ଚରେ ଉତ୍ତମ ଗୋଖାଦ୍ୟ ପ୍ରଦାନ, ନିରନ୍ତର ସ୍ବାସ୍ଥ୍ୟ ପରୀକ୍ଷା ଓ ସମୟୋଚିତ ଟିକା ପ୍ରଦାନ ଦ୍ବାରା ମାଈ ବାଛୁରୀ କିପରି ଉତ୍ତମ ଗାଈରେ ପରିଣତ ହେବ ସେ ବିଷୟରେ ସୂଚନା ଦେଇଥିଲେ।

ମୁଖ୍ୟ ଅତିଥି ଜିଲାପାଳ କୃଷକମାନଙ୍କୁ ସମ୍ବୋଧନ କରି ଜିଲାରେ ଗୋପାଳନର ପର୍ଯ୍ୟାପ୍ତ ସୁଯୋଗ ଥିବା ଦର୍ଶାଇଥିଲେ। ଏହାଦ୍ବାରା ପାରିବାରିକ ତଥା ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବ ଓ ଲୋକେ ସୁବିଧାରେ ତଟକା ଦୁଧ ପାଇବା ଦ୍ବାରା ପ୍ରାଣୀଜ ପୃଷ୍ଟି ପାଇପାରିବେ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ କୋମନା ବିଡ଼ିଓ ବିନୟ କୁମାର ଭୋଇ, ତରବୋଡ ସରପଞ୍ଚ ଶ୍ୟାମ ସୁନ୍ଦର ପୃଷ୍ଟି ଉପସ୍ଥିତ ଚାଷୀମାନଙ୍କୁ ଗୋପାଳନର ଉପଯୋଗୀତା ସମନ୍ଧରେ ବୁଝାଇଥିଲେ। ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ଶାରଦା ପ୍ରସାଦ ସିଂ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ସିମନବାଡ଼ି ଯାତ୍ରୀ ବିଶ୍ରାମାଗାର, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ; ରୂପାନ୍ତର ଲାଗି ଉଠୁଛି ଦାବି

ଦାରିଙ୍ଗବାଡି, ୩୧। (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ମୁଖ୍ୟ ବଜାର ଭାବେ ପରିଚିତ ସିମନବାଡି ଛକରେ ଥିବା ଯାତ୍ରୀ ବିଶ୍ରାମାଗାର ଏବେ ପରିତ୍ୟକ୍ତ...

କେନ୍ଦୁଝର ମାଟିର ପୁଅ ଶହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କେନ୍ଦୁଝର,୩୧।୩: କେନ୍ଦୁଝରର ଶହୀଦ ଯବାନ ରାଜକିଶୋର ମୁଣ୍ତାଙ୍କ ମରଶରୀର ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ...

ସରିଲା ରେଲଓ୍ବେ ଟ୍ରାକ୍‌ ମରାମତି କାମ, ଖୁବ୍‌ଶୀଘ୍ର ଚାଲିବ ଟ୍ରେନ୍‌

ଚୌଦ୍ୱାର,୩୧।୩:କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ସୋମବାର ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସକାଳ ୭.୧୫ ସୁଦ୍ଧାରେଲଓ୍ବେ ଟ୍ରାକ୍‌ ମରାମତି...

ହାଇଓ୍ବାକୁ ପିଟିଲା ଟ୍ରଲର୍‌; ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଆନନ୍ଦପୁର,୩୧।୩(ସୁଶାନ୍ତ କୁମାର ସାହୁ ): ଜାତୀୟ ରାଜପଥ ୨୦ ନମ୍ବର ଘସିପୁରା ଥାନା ଶୈଲଙ୍ଗ ବିଜି ମୋଟର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ସୋମବାର ଭୋର...

ସରିଆସୁଛି ବଜେଟ ଅଧିବେଶନ: ଆଲୋଚନାରେ ବିଜେଡି, ଭାଜପା; ବାହାରେ କଂଗ୍ରେସ

ଭୁବନେଶ୍ୱର,୩୧।୩(ରବିନାରାୟଣ ଜେନା): ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅବଧି ଶେଷ ହେବାକୁ ଆଉ ୪ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରେ ୨ଟି ଅଫିସିଆଲ ବିଜ୍‌ନେସ୍‌ ରହିଥିବାବେଳେ...

ବାପା ଜୟନାରାୟଣଙ୍କୁ ଅନୁସରଣ କଲେ ଶୁଭଶ୍ରୀ,ବନ୍ଦେ ଉତ୍କଳ ଜନନୀ ଗାନବେଳେ ବସି ରହିଲେ

ସମ୍ବଲପୁର,୩୧ା୩(ଭବାନୀ ଶଙ୍କର ଭୋଇ): ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ରବିବାର ଅନୁଷ୍ଠିତ ଏକ...

ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି: ସନ୍ଧ୍ୟା ୫ରୁ ରାତି ୧୦ ଯାଏ ଦର୍ଶନ ବନ୍ଦ

ପୁରୀ,୩୧ା୩(ଅଜିତ୍‌ କୁମାର ମହାନ୍ତି): ଚୈତ୍ର ମାସ ଶୁକ୍ଳ ଦ୍ୱିତୀୟା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ...

ଓଡ଼ିଶାରେ କଇଁଛଙ୍କ ସର୍ବକାଳୀନ ରେକର୍ଡ: ସଂଖ୍ୟା ଟପିଲା ୧୫.୧୧ଲକ୍ଷ

ଭୁବନେଶ୍ୱର,୩୦।୩: ଚଳିତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିିରେ ରଖି ଓଡ଼ିଶାରେ କଇଁଛଙ୍କ ଆଗମନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ୨୦୨୩-୨୪ବର୍ଷ ତୁଳନାରେ ଚଳିତବର୍ଷ ୫ଗୁଣ ଅଧିକ ଆସିଛନ୍ତି। ଏହାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image