ଜାତି ଭିତ୍ତିକ ଭେଦଭାବକୁ ନିଷିଦ୍ଧ କରୁଥିବା ବିଲ ସମ୍ପର୍କରେ ଭୋକ ଓପାସରେ ବସିଥିବା ସମର୍ଥକ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କଲେ

ଓ୍ବାଶିଂଟନ,୬।୯: ଜାତିଗତ ଭେଦଭାବକୁ ନିଷିଦ୍ଧ କରୁଥିବା ଏକ ବିଲ ନିକଟରେ କାଲିଫର୍ନିଆ ବିଧାନସଭାରେ ପାସ ହୋଇଥିଲା। ଆଇନରେ ପରିଣତ ହେବା ପାଇଁ ଏହା ବର୍ତ୍ତମାନ ରାଜ୍ୟପାଳ ଗୋଭିନ ନ୍ୟୁସୋମଙ୍କ ନିକଟକୁ ପଠାଯାଇଛି। ଏହି ସମୟରେ ମଙ୍ଗଳବାର ଅନେକ ଲୋକ ଭୋକ ଉପାସରେ ବସି ରାଜ୍ୟପାଳଙ୍କୁ ଯଥାଶୀଘ୍ର ଦସ୍ତଖତ କରିବାକୁ ଚାପ ପ୍ରୟୋଗ କରିଥିଲେ।
ସୂଚନାଯୋଗ୍ୟ, ଯଦି ରାଜ୍ୟପାଳ ଏହି ବିଲରେ ଦସ୍ତଖତ କରନ୍ତି, ତେବେ ଏହା ଏକ ଆଇନରେ ପରିଣତ ହେବ। ଏଭଳି ପରିସ୍ଥିତିରେ ଜାତିଭେଦ ଭେଦଭାବକୁ ନିଷିଦ୍ଧ କରିଥିବା କାଲିଫର୍ନିଆ ପ୍ରଥମ ରାଜ୍ୟ ହେବ। ଅବଶ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ସିଆଟେଲ ଆମେରିକାର ପ୍ରଥମ ସହର ଭାବରେ ଜାତିଗତ ଭେଦଭାବକୁ ନିଷିଦ୍ଧ କରିଥିଲା।

Share