୧୭.୩୭ କୋଟି ଟଙ୍କାରେ ବିକ୍ରି ହେଲା ପ୍ରଥମ ଟୁଇଟ୍‌

ନ୍ୟୁୟର୍କ,୨୩।୩: ଟୁଇଟର୍‌ ସିଇଓ ଜ୍ୟାକ ଦୋର୍ସିଙ୍କ ପ୍ରଥମ ଟ୍ବିଟ୍‌ ୧୭.୩୭ କୋଟି ଟଙ୍କାରେ ନିଲାମ ହୋଇଛି। ଏହି ପରିମାଣକୁ ବିଟକଏନ କୁ ଦାନ କରିଛନ୍ତି। ଏହାକୁ ଏକ ବୈଷୟିକ କମ୍ପାନୀ ବ୍ରିଜ ଓରାକଲର ସିଇଓ ସିନା ଏସ୍ତାଭି କିଣିଛନ୍ତି। ଏହି ଟୁଇଟ ଏକ ନନ୍‌-ଫଞ୍ଜିିବଲ ଟୋକେନ (ଏନ୍‌ଏଫ୍‌ଟି) ଆକାରରେ ମୂଲ୍ୟବାନ ଡିଜିଟାଲ କଳାର ମାନ୍ୟତା ପାଇଛି। ମାର୍ଚ୍ଚ ୬, ୨୦୦୬ରେ ଡୋର୍ସି ଏହି ଟୁଇଟ କରି ଲେଖିଥିଲେ,କେବଳ ମୋ ଟୁଇଟର ସେଟ ଅପ କରୁଛି। ଏହି ଟୁଇଟ୍‌କୁ ଏବେ ନିଲାମ କରାଯାଇଛି। ଏହି ନିଲାମ ପରେ ଦୋର୍ସି କରିଛନ୍ତି ଯେ, ନିଲାମ ପରିମାଣ ବିଟକଏନରେ ରୂପାନ୍ତରିତ ହୋଇଛି ଏବଂ ଆଫ୍ରିକାରେ ବ୍ୟବହାର ପାଇଁ ଆଫ୍ରିକା ରେସପନ୍ସ ନାମକ ଏକ ଏଜେନ୍ସିକୁ ଦିଆଯାଇଛି। ଦୋର୍ସିଙ୍କ ଟୁଇଟ୍‌ ଏନ୍‌ଏଫ୍‌ଟି ମାନ୍ୟତା ପାଇଛି।
ଏନ୍‌ଏଫ୍‌ଟି ଗୁଡିକ ହେଉଛି ଡିଜିଟାଲ ବସ୍ତୁ, ଯାହାର ବାସ୍ତବିକତା ଏଥରିୟମ ବ୍ଲକ ଚେନ ମାଧ୍ୟମରେ ପ୍ରମାଣିତ କରାଯାଏ। ଏହି ସାର୍ଟିଫିକେଟ ଡିଜିଟାଲ ବସ୍ତୁର ମାଲିକ ନିଜେ ପ୍ରଦାନ କରନ୍ତି, ଯାହା ଏକ ଡିଜିଟାଲ ସାର୍ଟିଫିକେଟ ଭାବରେ ବ୍ୟବହୃତ ହୁଏ।

Share