କାଲିଫର୍ନିଆରେ ଜାତିଗତ ଭେଦଭାବ ଉପରେ ପ୍ରତିବନ୍ଧକ ପାଇଁ ବିଲ ପାରିତ…

ଓ୍ବାଶିଂଟନ,୨୯।୮ : ଆମେରିକାର ଅନ୍ୟତମ ବୃହତ୍ତମ ରାଜ୍ୟ କାଲିଫର୍ନିଆ ଷ୍ଟେଟରେ ଜାତି ଭେଦଭାବକୁ ନିଷିଦ୍ଧ କରୁଥିବା ଏକ ବିଲ ପାରିତ ହୋଇଛି। ଭେଦଭାବ ବିରୋଧୀ ଆଇନରେ ଜାତିକୁ ସଂରକ୍ଷିତ ବର୍ଗ ଭାବରେ ଯୋଡିଥିବା ଏହା ବର୍ତ୍ତମାନ ଆମେରିକାର ପ୍ରଥମ ରାଜ୍ୟ ହୋଇପାରିଛି।

ଏହି ବିଲ କାଲିଫର୍ନିଆ ଷ୍ଟେଟ ଗୃହରେ ପାରିତ ହୋଇଛି। ଏହାକୁ ଆଇନରେ ପରିଣତ କରିବା ପାଇଁ ସ୍ବାକ୍ଷର କରିବାକୁ ରାଜ୍ୟପାଳ ଗାଭିନ ନ୍ୟୁଜମଙ୍କ ନିକଟକୁ ପଠାଯାଇଛି। ଜାତିଭିତ୍ତିକ ଭେଦଭାବକୁ ମୁକାବିଲା କରିବା ଏବଂ ରାଜ୍ୟରେ ବାସ କରୁଥିବା ବର୍ଗର ସମ୍ପ୍ରଦାୟର ସୁରକ୍ଷାକୁ ମଜବୁତ କରିବା ପାଇଁ ଏହି ବିଲ ଲକ୍ଷ୍ୟ ରଖାଯାଇଛି ।

ଏହାକୁ ପ୍ରଥମେ ରାଜ୍ୟ ସିନେଟର ଆୟେଶା ୱାହାବ ଉପସ୍ଥାପନ କରିଥିଲେ। ସିନେଟରେ ବିଲ ଏସବି-୪୦୩ ଅନୁମୋଦନ ହୋଇସାରିଛି। ସେଠାରେ ଅନୁଷ୍ଠିତ ଭୋଟିଂରେ ୩୪ ଜଣ ସପକ୍ଷରେ ଥିବାବେଳେ ବିରୋଧରେ ମାତ୍ର ଗୋଟିଏ ଭୋଟ ପଡ଼ିଥିଲା। ରାଜ୍ୟପାଳଙ୍କ ଦସ୍ତଖତ ପରେ ଏହା ଆଇନରେ ପରିଣତ ହେବ।

ଗୃହରେ ବିଲ ପାସ କରିବା ପରେ ୱାହାବ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Share