କାଲିଫର୍ନିଆରେ ବର୍ଷା ସାଙ୍ଗକୁ ଭୂସ୍ଖଳନ

କାଲିଫର୍ନିଆ,୧୨ ।୧: ଆମେରିକାର କାଲିଫର୍ନିଆରେ ଏବେ ଭିଷଣ ଥଣ୍ଡା ଅନୁଭୁତ ହେଉଛି । ଏହି ସମୟରେ ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ର ଆଶଙ୍କା ଭିତରେ ସ୍ଥିତି ଆହୁରି ଖରାପ ହୋଇଯାଇଛି । ବନ୍ୟାପାଣି ସମ୍ପୂର୍ଣ୍ଣ ସହରରେ ମାଡି ଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୫୦ ହଜାର ଲୋକଙ୍କୁ ଘର ଛାଡିବାକୁ କୁହାଯାଇଛି । ପ୍ରବଳ ବର୍ଷା, ବିଜୁଳି, କୁଆପଥର ପଡିବା ଓ ଭୂସ୍ଖଳନ କାରଣରୁ ୧.୧୦ରୁ ଅଧିକ ଘର ଓ ଦୋକାନରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି ।
କାଲିଫର୍ନିଆର ଗଭର୍ନର ଗାୱିନ ନ୍ୟୁଜୋମ ସାନ୍ତାକ୍ରୁଜ ଉପକୂଳରେ କ୍ୟାପିଟୋଲା ସହର ଗସ୍ତ ସମୟରେ କହିଛନ୍ତି ଡିସେମ୍ବର ଶେଷ ବେଳକୁ ଆରମ୍ଭ ହୋଇଥିବା ଏହି ଘୂର୍ଣ୍ଣିଝଡ଼ ସମ୍ପର୍କିତ ଘଟଣାରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହେଲାଣି । ସହରରେ ଏବେବି ବନ୍ୟା ଲାଗି ରହିଛି । ସେ କହିଛନ୍ତି ଏଡି ସ୍ଥିତି ଏବେ ଗମ୍ଭିର ଓ ବିପଦପୂର୍ଣ୍ଣ । ସୋମବାରରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ଦକ୍ଷିଣ କାଲିଫର୍ନିଆର ପାହାଡିଆ ଅଞ୍ଚଳରେ ପ୍ରାୟ ୪୫ ସେଣ୍ଟିମିଟର ବା ଦେଢ ଫୁଟରୁ ଅଧିକ ବର୍ଷା ହୋଇଛି । ସିଏରା ନୋବାଦା ରିସର୍ଟରେ ପାଞ୍ଚ ଫୁଟ ବା ୧.୫ ମିଟରରୁ ଅଧିକ ବରଫ ଜମା ହୋଇଛି ।

Share