Categories: ଜାତୀୟ

ଗୋସେବା ପାଇଁ ହେବ କଲ୍ ସେଣ୍ଟର, ମିଳିବ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା

ଲକ୍ଷ୍ନୌ,୧୫ ।୧୧: ଉତ୍ତର ପ୍ରଦେଶର ଦୁଗ୍ଧ, ପଶୁପାଳନ ଓ ମତ୍ସ ବିକାଶ ମନ୍ତ୍ରୀ ଚୌ. ଲକ୍ଷ୍ମୀନାରାୟଣ କହିଛନ୍ତି ରାଜ୍ୟ ସରକାର ଗାଈଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ପୋଲିସର ଜରୁରୀକାଳିନ ସେବା ଭଳି ଅଭିନବ ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସେବାକୁ ଆରମ୍ଭ କରିବାକୁ ୫୧୫ ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇ ସାରିଲାଣି । ଖବରଦାତାଙ୍କ ସହ କଥା ହେବା ସମୟରେ କ୍ୟାବିନେଟ ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସେବା ଆରମ୍ଭ ହେବାକୁ ଯାଉଛି । ପ୍ରସ୍ତୁତ ପ୍ରତ୍ୟେକ ଆମ୍ବୁଲାନ୍ସରେ ଜଣେ ପଶୁଚିକିତ୍ସକ ଓ ଜଣେ କର୍ମଚାରୀ ରହିବେ । ଏହି ସେବା ୨୪ ଘଣ୍ଟା ଯୋଗାଇ ଦିଆଯିବ । ଏହାକୁ ନେଇ ଲକ୍ଷ୍ନୌରେ ଏକ କଲ ସେଣ୍ଟର ତିଆରି କରାଯାଉଛି । ଏହି ସେବା ପାଇଁ ଯିଏ କଲ କରିବେ ତାଙ୍କ ନିକଟରେ ୧୫-୨୦ ମିନିଟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚିଯିବ । ଆସନ୍ତା ମାସରେ ଏହା ଆରମ୍ଭ ହେବାକୁ ଯାଉଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ଗାଈଙ୍କ ଗର୍ଭଧାରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

Share