ବାଲେଶ୍ୱରରେ ଭାରତ ବନ୍ଦର ପ୍ରଭାବ

ବାଲେଶ୍ୱର ଅଫିସ,୨୬।୩: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଶୁକ୍ରବାର ସିପିଏମ୍‌ ଓ କଂଗ୍ରସ ପକ୍ଷରୁ ରାଜ୍ୟବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କର କଳା କୃଷି ଆଇନ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ଦରବୃଦ୍ଧି ବିରୋଧରେ ଏହି ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି। ଏହାର ପ୍ରଭାବ ବାଲେଶ୍ବର ଜିଲା ବନ୍ଦ କରାଯାଇଛି। ଜିଲାର ରେଳ ଷ୍ଟେଶନଠାରୁ ଆରମ୍ଭ କରି ବସ୍‌ଷ୍ଟାଣ୍ଡ, ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଅଟକିବା ସହ ପିକେଟିଂ କରାଯାଉଛି। କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍‌ ବନ୍ଦ କରାଯାଇଛି। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡ଼ି ଛିଡା ହୋଇରହିଛି।