ଗଣମାଧ୍ୟମକୁ ଦମକଳ ପରି ଡାକରା

ନୟାଗଡ଼ ଅଫିସ,୨୭।୫: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ଜିଲାସ୍ତରୀୟ ସମ୍ମିଳିତ କମିଟି ବୈଠକ ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଯୋଗ ଦେବା ପାଇଁ ନୟାଗଡ଼ ଜିଲା ସୂଚନା ଲୋକ ସର୍ମ୍ପକ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଥିଲା। ବୈଠକ ଗୁରୁବାର ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବାର ଥିଲା । ବୈଠକ ଆରମ୍ଭ ହେବା ମାତ୍ରେ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ନିଜର ପ୍ରେସ ଗ୍ରୁପରେ ପୂର୍ବାହ୍ନ ୧୦ଟାରେ ମେସେଜ ପକାଇଥିଲେ ପୂର୍ବାହ୍ନ ୧୦ଟାରେ ବୈଠକ ହେବ । ଆପଣମାନେ ଆସନ୍ତୁ । ବୈଠକ ଆରମ୍ଭ ହେବା ମାତ୍ରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଦମକଳ ପରି ଡାକରାକୁ ଅନେକ ଖବରଦାତା ନାପସନ୍ଦ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଜିଲା ପ୍ରଶାସନ ପକ୍ଷରୁ ସରକାରୀସ୍ତରରେ ଅନେକ ବୈଠକ କରାଯାଉଛି । ହେଲେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏଥିପାଇଁ ଖୋଜାଯାଏ ନାହିଁ । ବୈଠକ ଶେଷ ପରେ ଜିଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ଗ୍ରୁପରେ କିଛି ସୂଚନା ଦିଆଯାଇଥାଏ । ଏହା ବୁଝିବା କଷ୍ଟ ହୋଇଥାଏ । ପଚାରିଲେ ଉତ୍ତର ମିଳେ ତଥ୍ୟ ଯେତିକି ମିଳିଛି ସେ ଅନୁସାରେ ରିପୋର୍ଟ ଦିଆଯାଇଛି । ସେହିପରି ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ନେଇ କିଛି କୁହାଯାଏନି । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପଚାରିଲେ ସେ ଜାଣି ନାହାନ୍ତି କୁହନ୍ତି । ଅନ୍ୟପକ୍ଷେ ୨୦୨୨ରେ ନିର୍ବାଚିତ ହୋଇଥିବା ଜିଲା ପରିଷଦ ସଭ୍ୟମାନଙ୍କର ପ୍ରଥମ ଜିଲା ପରିଷଦ ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ କିଛିଦିନ ତଳେ ହୋଇଥିଲା । ଏଥିରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଯୋଗ ଦେବାକୁ କୁହାଯାଇଥିଲା। କେତେଜଣ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ଏନେଇ ଜଣାପଡିବା ପରେ ନବନିର୍ବାଚିତ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ତ୍ରୁଟି ହୋଇଛି ଦର୍ଶାଇ ଆଗକୁ ଏପରି ହେବନି କହିଥିଲେ। ନିକଟରେ ଗଣମାଧ୍ୟମର ପ୍ରତିନିଧିମାନେ ଏନେଇ ଜିଲାପାଳଙ୍କୁ ଅବଗତ କରାଇବା ପରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ ଏକ ଚିଠି ଅତିରିକ୍ତ ଜିଲାପାଳ କରିଥିଲେ। ଅପରପକ୍ଷେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରଶାସନ ପକ୍ଷରୁ ହେଉଥିବା ବିଭିନ୍ନ ବୈଠକକୁ ନିମନ୍ତ୍ରଣ କରିବାକୁ କହିଥିଲେ । ଏପରି କି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଏନେଇ ତାଗିଦ୍‌ କରିବା ସହ ଗଣମାଧ୍ୟମ ସହ ଟଚ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ । ପରେ ଜିଲା ପ୍ରଶାସନ ପକ୍ଷରୁ କେତେକ ବୈଠକକୁ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ଗ୍ରୁପରେ ମେସେଜ ଆସୁଛି । ଗତ ୧୮ ତାରିଖରେ ବଳରାମ ସ୍କିମ ଉପରେ ଏକ ବୈଠକ ପୂର୍ବାହ୍ନ ୧୦ଟାରେ ହେବାର ଥିଲା । ସେହିଦିନ ପୂର୍ବାହ୍ନ ୯.୪୭ରେ ପ୍ରେସ ଗ୍ରୁପରେ ମେସେଜ ପଡିଥିଲା ବଳରାମ ଯୋଜନାର ବୈଠକକୁ ଆସନ୍ତୁ । ଦୁଇ ଦୁଇଟା ବୈଠକର ସମୟକୁ ଅନୁଧ୍ୟାନ କଲେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ନିଆଁ ଲାଗିଲେ ଦମକଳକୁ ଯେପରି ଡକାଯାଏ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେପରି ଡାକୁଥିବା ସ୍ପଷ୍ଟ ହୋଇଛି। ଅଧିକାଂଶ ସମୟରେ ଗଣମାଧ୍ୟମ ପ୍ରତିନିଧି ତାହା ଜାଣି ପାରୁ ନାହାନ୍ତି । ମେସେଜ ଦେଖି ଗଲାବେଳକୁ ବୈଠକ ଶେଷ ହୋଇ ଯାଉଛି ବୋଲି ଅଭିଯୋଗ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଧକ୍କାରେ ଚାଲିଗଲା ସାଇକେଲ ଚାଳକଙ୍କ ଜୀବନ

ବଡ଼ଗାଁ,୨୧ା୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମାଟିଆ ଗାଁ ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।...

ଓଡ଼ିଶାରେ ବୃଦ୍ଧି ପାଉଛି ତାପମାତ୍ରା: ୪୯ଟି ତାତି ସମ୍ବନ୍ଧୀୟ ଅସୁସ୍ଥତା ମାମଲା ରିପୋର୍ଟ

ଭୁବନେଶ୍ୱର,୨୧।୪: ଓଡ଼ିଶାରେ ପ୍ରଚଣ୍ଡ ତାତି ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ୪୯ଟି ତାତି ସମ୍ବନ୍ଧୀୟ ଅସୁସ୍ଥତାର ମାମଲା ରିପୋର୍ଟ କରିଛନ୍ତି। ଯେଉଁଥିରେ ଅନେକ ବ୍ୟକ୍ତିଙ୍କୁ ହସ୍ପିଟାଲରେ...

ଜାତୀୟ ହ୍ୟାଣ୍ଡବଲ ଚାମ୍ପିୟନଶିପରେ ସ୍ଥାନ ପକ୍କା କଲେ ଧ୍ରୁବ

ନୂଆପଡ଼ା,୨୧ା୪(ମକାରୁ ବେମାଲ): ଉତ୍ତରପ୍ରଦେଶର ଆକବରପୁରଠାରେ ଏପ୍ରିଲ ୨୦ରୁ ୨୪ ପର୍ଯ୍ୟନ୍ତ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ ଆୟୋଜିତ ହେଉଛି। ଏଥିସକାଶେ ରାଜ୍ୟର ୧୮ଜଣିଆ ଦଳ...

କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ: ଥଣ୍ଡା ବଦଳରେ ବାହାରୁଛି ଗରମ ପାଣି

ଥୁଆମୂଳ ରାମପୁର,୨୧।୪(ଦୁର୍ଗା କୀର୍ତ୍ତି): ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମସନ୍ତୋଷ। ହେଲେ...

ଯୁବକଙ୍କ ଉନ୍ମତ୍ତକାଣ୍ଡ: ମଝି ରାସ୍ତାରେ ବୁଲାଇଲେ ଫାର୍ସା ,ପୋଲିସ ବାଡ଼ି ଛଡ଼ାଇ ଦୌଡ଼ିଲାଳ ବେଳେ…

ପାରାଦୀପ, ୨୧।୪: ବିଚ ରାସ୍ତାରେ ଫାର୍ସା ଧରି ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଏଭଳି ଘଟଣା ଘଟିଛି କଟକ-ପାରାଦୀପ ରାସ୍ତା କୁଜଙ୍ଗ ବଳରାମପୁରରେ । ଫାର୍ସା ବୁଲାଇବାରୁ...

ଟ୍ରାନ୍ସଜେଣ୍ଡର ଆତ୍ମହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ମାରାଥନ ଜେରା

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ୧୨ ତାରିଖ ସକାଳେ କୋଟିନଡା ଗ୍ରାମର ଟ୍ରାନ୍ସଜେଣ୍ଡର ଅଜିତ...

ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ବିକ୍ଷୋଭ

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର): ଦେଶର ସଂସଦ ଦ୍ୱାରା ପାରିତ ୱାକଫ ବିଲକୁ ଆଳ କରି ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଉପରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଅତ୍ୟାଚାର, ହିଂସା, ପୋଡାଜଳା...

Chanakya Niti: ଏହି ୩ ହେଉଛନ୍ତି ମନୁଷ୍ୟର ପ୍ରକୃତ ବନ୍ଧୁ, ସାଙ୍ଗରେ ଥିଲେ ଟଳିଯାଏ ସବୁ ବିପଦ…

ଜୀବନରେ କେବଳ ଗୋଟିଏ ସତ୍ୟ ଅଛି। ସେଇଟି ହେଲା ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ଏହା ମଝିର ଜୀବନଚକ୍ରରେ ମନୁଷ୍ୟ ନିଜର କର୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image