Posted inଫୁରସତ

ମ୍ୟାଲେରିଆରୁ ମୁକ୍ତି ପାଇଁ ଆହ୍ବାନ

ଦିନ ଥିଲା ସମଗ୍ର ବିଶ୍ୱରେ ମ୍ୟାଲେରିଆ ଜ୍ୱର ତାହାର କାୟା ବିସ୍ତାର କରିଥିଲା। କିନ୍ତୁ ବର୍ତ୍ତମାନ ଏହି ସ୍ବାସ୍ଥ୍ୟ ସମସ୍ୟା କେତେ ନିୟନ୍ତ୍ରଣାଧୀନ ତାହା କହିବା ଅନାବଶ୍ୟକ। ଏଭଳି ଜ୍ୱର ନେଇ ପ୍ରାୟ ଅନେକେ ସଚେତନ। ପ୍ରାରମ୍ଭିକ ଅବସ୍ଥାରୁ ଔଷଧ ଖାଇବା ସହ ଉପଯୁକ୍ତ ଚିକିତ୍ସା କଲେ ସେଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟ ମିଳିପାରୁଛି। ତଥାପି କେତେକେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଯେତେବେଳେ ମ୍ୟାଲେରିଆ ଜ୍ୱର ଗମ୍ଭୀର ଆକାର ଧାରଣ କରୁଛି ସେତେବେଳେ ତାହା ଅନେକ ସମୟରେ ମୃତ୍ୟୁର କାରଣ ସାଜୁଛି। ତେଣୁ ମ୍ୟାଲେରିଆ ବିଷୟରେ ଅଧିକ ଜନସଚେତନତା ସୃଷ୍ଟି କରାଯିବାକୁ ପ୍ରତିବର୍ଷ ଉଦ୍ୟମ କରାଯାଉଛି। ଏଥିଲାଗି ପ୍ରତ୍ୟେକ ବର୍ଷ ଏପ୍ରିଲ ୨୫ ତାରିଖକୁ ‘ବିଶ୍ୱ ମ୍ୟାଲେରିଆ ଦିବସ’ ଭାବରେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ‘ଜିରୋ ମ୍ୟାଲେରିଆ’ ବା ମ୍ୟାଲେରିଆକୁ ଶୂନରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛି। ଏ ବର୍ଷ ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉକ୍ତ ସଙ୍ଗଠନ ପକ୍ଷରୁ ଘୋଷିତ ସ୍ଲୋଗାନଟି ହେଉଛି ‘ଟାଇମ୍‌ ଟୁ ଡେଲିଭର ଜିରୋ ମ୍ୟାଲେରିଆ : ଇନ୍‌ଭେଷ୍ଟ, ଇନୋଭେଟ, ଇମ୍ପ୍ଲିିମେଣ୍ଟ’।
ସାଧାରଣତଃ ମ୍ୟାଲେରିଆ ଜ୍ୱର ମାଈ ଏନୋଫିଲିସ୍‌ ମଶା ଯୋଗୁ ବ୍ୟାପିଥାଏ। ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏହି ମଶା କାମୁଡ଼ିବା ପରେ ଯଦି ସୁସ୍ଥ ଲୋକଙ୍କୁ କାମୁଡ଼େ ତେବେ ସେ ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି। ମ୍ୟାଲେରିଆର ଏହି ପରଜୀବୀ ବା ପାରାସାଇଟ୍‌କୁ ଜଣେ ଆର୍ମି ସର୍ଜନ ଡା. ରୋନାଲ୍ଡ ରସ୍‌ ଆବିଷ୍କାର କରିଥିଲେ।
ବର୍ତ୍ତମାନ ସମଗ୍ର ବିଶ୍ୱରେ ମ୍ୟାଲେରିଆ ନିୟନ୍ତ୍ରଣାଧୀନ ହୋଇପାରିଛି। କାରଣ ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଚିକିତ୍ସା କରାଇ ନେଲେ ତାହା ଗୁରୁତର ଆକାର ଧାରଣ କରି ନ ଥାଏ। ଯଦି ମ୍ୟାଲେରିଆର ଲକ୍ଷଣ ପ୍ରକାଶ ପାଏ ଆଉ ଆବଶ୍ୟକ ସମୟରେ ଚିକିତ୍ସା ନ କରାନ୍ତି ତେବେ ତାହା ମୃତ୍ୟୁକୁ ଡାକିଆଣିବା ଆଶଙ୍କା ରହିଛି। ଆମ ରାଜ୍ୟରେ ମଧ୍ୟ ଏହି ରୋଗ ପ୍ରାୟ ନିୟନ୍ତ୍ରଣରେ ଅଛି। ମ୍ୟାଲେରିଆ ଦ୍ୱାରା ଲୋକମାନେ କିପରି ଅଧିକ ଆକ୍ରାନ୍ତ ନ ହେବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ମ୍ୟାଲେରିଆପ୍ରବଣ ଅଞ୍ଚଳରେ ଏହି ରୋଗ ବିଷୟରେ ଅଧିକ ଜନସଚେତନତା ସୃଷ୍ଟି କରାଯାଉଛି। ଏହାର ଲକ୍ଷଣ ସମ୍ପର୍କରେ ଅବଗତ ହୋଇ ଚିକିତ୍ସା କରାଇବା ବ୍ୟତୀତ ଆଉ କେତୋଟି କଥାକୁ ଗୁରୁତ୍ୱ ଦେବା ଆବଶ୍ୟକ। ସାଧାରଣତଃ ଅପରିଷ୍କାର ସ୍ଥାନରେ ଏହି ମଶା ତାହାର ବଂଶ ବିସ୍ତାର କରିଥାଆନ୍ତି। ତେଣୁ ରହୁଥିବା ବାସସ୍ଥାନ ଚାରିପଟ ଏବଂ ଭିତର ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ସବୁବେଳେ ମଶାରି ଟାଙ୍ଗି ଶୁଅନ୍ତୁ। ଚଳିତ ବର୍ଷ ଉକ୍ତ ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଘୋଷିତ ସ୍ଲୋଗାନକୁ ସାକାର କରିବାକୁ ହେଲେ ସମସ୍ତଙ୍କର ସହଯୋଗ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri